Monday , March 27 2023
Breaking News
Home / ତାଜା ଖବର / କୂଅରୁ ଯୁବତୀ ର ମୃତ ଦେହ ଉଦ୍ଧାର

କୂଅରୁ ଯୁବତୀ ର ମୃତ ଦେହ ଉଦ୍ଧାର

ମାହାଙ୍ଗା,୧୭/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) କଟକ ଜିଲ୍ଲା ମାହାଙ୍ଗା ଥାନା ରାହାଣିଆ ପଞ୍ଚାୟତ ରାହାଣିଆ ଠାରେ କୂଅ ଭିତରୁ ଜଣେ ୨୧ ବର୍ଷୀୟା ଯୁବତୀ ର ମୃତ ଦେହ ଉଦ୍ଧାର କରାଯାଇଛି  ।  ମୃତ ଯୁବତୀ ଜଣକ ହେଲେ ସୁରେନ୍ଦ୍ର ନାୟକ ଙ୍କ ଝିଅ ଜ୍ୟୋତିପ୍ରିୟା ନାୟକ । ଘର ଠାରୁ ୧୦୦ ମିଟର ଦୂରରେ ପଡ଼ୋଶୀ ଙ୍କ କୂଅ ଭିତରୁ ମୃତ ଦେହ ଉଦ୍ଧାର କରାଯାଇଛି  ।  ଗତ କାଲି ଠାରୁ ନିଖୋଜ ଥିବା ନେଇ ମୃତ ଯୁବତୀଙ୍କ ବାପା ସୁରେନ୍ଦ୍ର କହିଛନ୍ତି  । ଘଟଣା ସ୍ଥଳରେ କୁଆଁପାଳ ଦମକଳ ବାହିନୀ ପହଞ୍ଚି କୂଅ ଭିତରୁ ମୃତ ଯୁବତୀକୁ ଉଦ୍ଧାର କରିଛି  । ମାହାଙ୍ଗା ପୋଲିସ ରାହାଣିଆ ଗ୍ରାମରେ ପହଂଚି ତଦନ୍ତ ଚଳାଇଛି  । ଯୁବତୀ ଜଣକ ନିଜେ ଆତ୍ମହତ୍ୟା କରିଛି ନା ତାକୁ କେହି ହତ୍ୟା କରିଛି ତାହା ଜଣାପଡ଼ିନାହିଁ  । ତେବେ ପୋଲିସ ତଦନ୍ତ ପରେ ସଠିକ୍ ତଥ୍ୟ ମିଳିପାରିବ। ଓଡ଼ିଶା ସମାଚାର

Leave a Reply

Your email address will not be published.