ଗରଦପୁର ୧୭/୦୪/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କୁଦାନଗରୀସ୍ଥିତ ଶୁକମୁନୀ ଆଶ୍ରମ ପରିସରରେ କେନ୍ଦ୍ରାପଡ଼ା ଜିଲା ବିଜେଡ଼ି ଏସସି ସେଲ ର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ବିଜୁ ଜନତା ଦର ଏସସି ସେଲ ଜିଲା ସଭାପତି ଦାଶରଥି ମଲିକ , ଜିଲା ଯୁବ ବିଜୁ ଜତନତା ସଭାପତି ରାଜେସ ଦାସ, ଜିଲା କୋଷାଧ୍ୟକ୍ଷ ଶୈଳେନ୍ଦ୍ର ମହାନ୍ତି , ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଦିଲିପ କୁମାର ସେଠୀ, ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ଜିଲାପରିଷଦ ସଭ୍ୟ ସନ୍ତୋଷ କୁମାର ମାହାଳୀ, ଶୁସାନ୍ତ କୁମାର ମଲିକ, ତପନ କୁମାର ମଲିକ, ବିଜୁ ଭୋଇ , ପ୍ରମୁଖ ଯୋଗଦେଇ ଦଳିୟ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ମଜବୁତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଜେଡ଼ି ସରକାରର ବିକାଶ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବେ ବୋଲି ସଙ୍କଳ୍ପ ନେଇଥିଲେ । ବୈଠକ ଆରମ୍ଭ ରେ ସଦସ୍ୟ ମାନେ ସମ୍ବିଧାନ ପ୍ରଣେତା ବିଆର ଆମ୍ବଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଓଡ଼ିଶା ସମାଚାର