Thursday , March 23 2023
Home / ବିଶେଷ / ଅଗ୍ନି ବିପନ୍ନ ଙ୍କୁ ସହାୟତା ର ହାତ ବଢାଇଲେ ପୂର୍ବତନ ସରପଞ୍ଚ

ଅଗ୍ନି ବିପନ୍ନ ଙ୍କୁ ସହାୟତା ର ହାତ ବଢାଇଲେ ପୂର୍ବତନ ସରପଞ୍ଚ

ମାହାଙ୍ଗା ୧୭/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଗତ ମଙ୍ଗଳବାର ଦିନ ମାହାଙ୍ଗା ବ୍ଲକ୍ ଗୋତରା ଗ୍ରାମପଞ୍ଚାୟତ ଆପିଲୋ ଗ୍ରାମ ଦଳିତ ସାହି ରେ ଆକସ୍ମିକ ଭାବେ ଅଗ୍ନି କାଣ୍ଡ ଘଟି ତିନି ପରିବାରର ୩ ବଖରା ଗୃହ ସମେତ ଲକ୍ଷ୍ୟ ଧିକ ଟଙ୍କା ମୂଲ୍ୟର ସମ୍ପତି ଭସ୍ମୀଭୂତ ହୋଇଯାଇଥିଲା। ଏଥିରେ ୩ ପରିବାରର ଧାନ ଚାଉଳ,ମୂଲ୍ୟ ବାନ ଆସବାବ ପତ୍ର,ଦରକାରୀ କିଛି କାଗଜ ପତ୍ର,ବାସନ କୁସନ,ସଂପୂର୍ଣ୍ଣ ପୋଡି ପାଉଁଶ ହୋଇ ଥିଲା। ଯେଉଁଥିରେ ୩ ପରିବାର ୩ ବଖରା ଗୃହ ସମେତ ପ୍ରାୟ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ଭସ୍ମି ଭୂତ ହୋଇଯାଇ ଥିଲା। ଘଟଣା ସ୍ଥଳରେ ଦମକଳ ବାହିନୀ ସହିତ ସ୍ଥାନୀୟ ଗ୍ରାମ ବାସୀଙ୍କ ସହଯୋଗରେ ନିଆଁ କୁ ଆୟତ କରାଯାଇଥିଲା। ଏହି ଘଟଣା ପ୍ରଚାର ହେଲା ପରେ ଗତ କାଲି ମାହାଙ୍ଗା ବ୍ଲକ୍ ଗୋତରା ଗ୍ରାମପଞ୍ଚାୟତ ର ପୂର୍ବତନ ସରପଂଚ ତଥା ସମାଜ ସେବକ କମଳାକାନ୍ତ ପ୍ରଧାନ ଅଗ୍ନି ବିପନ୍ନ ପରିବାର ଙ୍କୁ ଭେଟି ସହଯୋଗର ହାତ ବଢ଼ାଇବା ସହିତ ଏହି ବିଷୟକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ଏଥି ସହ ପଞ୍ଚାୟତ ର ବହୁ ଲୋକଙ୍କ ଘରକୁ ଯାଇ ତାଙ୍କ ସୁଖ ଦୁଃଖ ବିଷୟରେ ଆଲୋକ ପାତ କରିବା ସହ ସବୁ ସମୟରେ ପଞ୍ଚାୟତ ବାସୀଙ୍କ ସହ ସେ ରହିଛନ୍ତି ଓ ରହିଥିବେ ବୋଲି ମତ ବ୍ୟକ୍ତ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.