ଭୁବନେଶ୍ୱର, ୧୬/୦୪/୨୦୨୧(ଓଡ଼ିଶା ସମାଚାର)- ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ତ ୩ ହଜାର ଉପରେ । ଗତ ୨୪ ଘଣ୍ଟା ମଧ୍ୟରେ ୩୧୦୮ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୦୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩୦୨ଜଣ ସ୍ଥାନୀୟ ବାସିନ୍ଦା ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୫୨୩ ଜଣ, କଟକରୁ ୧୬୩ ଜଣ,ନବରଙ୍ଗପୁରରୁ ୧୫୬ ଜଣ, ସମ୍ବଲପୁରରୁ ୧୫୩ ଜଣ, ବାଲେଶ୍ବରରୁ ୧୫୧ ଜଣ,ନୂଆପଡ଼ାରୁ ୧୪୦ ଜଣ, ବଲାଙ୍ଗୀରରୁ ୧୩୩ ଜଣ, ବରଗଡ଼ରୁ ୧୩୨ ଜଣ,ପୁରୀରୁ ୧୧୪ ଜଣ, କେନ୍ଦୁଝରରୁ ୧୦୫ ଜଣ,ଝାରସୁଗୁଡ଼ାରୁ ୮୯ ଜଣ, ଯାଜପୁରରୁ ୭୫ ଜଣ, ମୟୂରଭଞ୍ଜରୁ ୭୧ ଜଣ,ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରୁ ୫୫ ଜଣ ଲେଖାଏଁ, ଭଦ୍ରକରୁ ୫୩ ଜଣ, ଅନୁଗୁଳରୁ ୪୪ ଜଣ, ସୋନପୁରରୁ ୪୨ ଜଣ, ରାୟଗଡ଼ାରୁ ୩୮ ଜଣ,ଜଗତସିଂହପୁରରୁ ୨୯ ଜଣ, କୋରାପୁଟରୁ ୨୩ ଜଣ, କେନ୍ଦ୍ରାପଡ଼ାରୁ ୨୨ ଜଣ, ଦେବଗଡ଼ରୁ ୧୯ ଜଣ, ଗଜପତିରୁ ୧୮ ଜଣ, ଢ଼େଙ୍କାନାଳାରୁ ୧୬ ଜଣ, ନୟାଗଡ଼ରୁ ୧୫ ଜଣ, କନ୍ଧମାଳରୁ ୧୦ ଜଣ, ବୌଦ୍ଧରୁ ୯ ଜଣ,ମାଲକାନଗିରିରୁ ୩ ଜଣ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬୧୪୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪୨୫୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୧୬୮୮୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୫୨୮୧୮୨ ସାମ୍ପୁଲ ଟେଷ୍ଟ୍ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୧୪୫୦ରେ ପହଞ୍ଚିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୩୧୦୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଭଦ୍ରକ, ଗଜପତି ଓ ସମ୍ବଲପୁରରୁ ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ଜଣାପଡିଛି ।ଓଡ଼ିଶା ସମାଚାର