ତାରପୁର, ୧୬/୦୪/୨୦୨୧(ଓଡ଼ିଶା ସମାଚାର)– ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଶରରେ ମଣ୍ଡଳ ସ୍ତରୀୟ ଧନ୍ୟବାଦ ପତ୍ର ଅର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଣ୍ଡଳ ଶିକ୍ଷାଅଧିକାରୀ ରାଜ୍ୟଶ୍ରୀ ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ରଘୁନାଥପୁର ସୁପରିଟେଣ୍ଡେ ଡଃ ସୁକାନ୍ତ କୁମାର ଦଳାଇ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନେ ସେମାନେ ପାଠପଢି ବଡ ହୋଇଥିବା ଶିକ୍ଷାନୁଷ୍ଠାନକୁ ସହାୟତାର ହାତ ବଢାଇବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୋଜିରାୟ ଯୋଗଦେଇ ପ୍ରତ୍ୟେକ ପୁରାତନ ଛାତ୍ରଛାତ୍ରୀ ସେମାନଙ୍କର ଶିକ୍ଷାନୁଷ୍ଠାନର ମୌଳିକ ଭିତି ଭୂମି ଓ ଶିକ୍ଷାଦାନର ନିମନ୍ତେ ଆବଶ୍ୟକୀୟ ପରିବେଶ ଓ ଉନ୍ନତି ନିମନ୍ତେ ଆଗେଇ ଆସିବାକୁ ନିବେଦନ କରିଥିଲେ । ଏଥିରେ ମଣ୍ଡଳ ସହଶିକ୍ଷା ଅଧିକାରୀ ଶ୍ରୀମତୀ ମେନକା ମହାପାତ୍ର ଯୋଗଦେଇଥିବା ବେଳେ ଶିକ୍ଷକ ନିର୍ମଳେନ୍ଦୁ ସୋମ ସ୍ୱାଗତ ଭାଷଣ ଦେଇଥିଲେ । ପୁରାତନ ଛାତ୍ର ଭଗବାନ ସ୍ୱାଇଁ, ଶିକ୍ଷାବିତ୍ ଯଦୁନାଥ ଜେନା, ବଟକୃଷ୍ଣ ସ୍ୱାଇଁ, ବିନୋଦବିହାରୀ ମହାନ୍ତି, ସର୍ବେଶ୍ୱର ପଣ୍ଡା, ଅନ୍ତର୍ଯ୍ୟମୀ ରାଉତ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ୨୧ ଜଣ ପ୍ରଧାନ ଶିକ୍ଷକ ୧୦ଜଣ ସି.ଆର୍.ସି.ସି ଯୋଗଦେଇଥିଲେ । ଅନୁଦାନ ପ୍ରଦାନ କାରୀ ପୁରାତନ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ପତ୍ର ଅର୍ପଣ କରାଯାଇଥିଲା । ସି.ଆର.ସି.ସି ବିଶ୍ୱନାଥ ଦାସ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର