Tuesday , March 28 2023
Home / ବିଶେଷ / ୬  ମାସ ବିତିଲା, ଭୁବନ ଏନଏସିରେ ନିର୍ବାହୀ ଅଧିକାରୀ ନିଯୁକ୍ତି ନୋହିଲା

୬  ମାସ ବିତିଲା, ଭୁବନ ଏନଏସିରେ ନିର୍ବାହୀ ଅଧିକାରୀ ନିଯୁକ୍ତି ନୋହିଲା

 ଭୁବନ,୧୫/୦୪/୨୦୨୧(ଓଡ଼ିଶା ସମାଚାର)-ଗତ ଅକ୍ଟୋବର ମାସ ୨୫ ତାରିଖ ଦିନ ଭୁବନ ଏନଏସି ନିର୍ବାହୀ ଅଧିକାରୀ ପ୍ରମୋଦ  କୁମାର ବରାଳ  ହୃଦଘାତରେ ପରଲୋକ ଗମନ କରିବାର ଇତି ମଧ୍ୟରେ ୬ ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି କାହାକୁ ନିଯୁକ୍ତି ଦିଆଯାଇନାହିଁ । ତହସିଲଦାର ପ୍ରଭାସ ବେହୁରା ନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ବେଳେ ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ନଗରପାଳ ଦାୟିତ୍ୱରେ ରହିଛନ୍ତି । ଉଭୟ ଅଫିସର କାର୍ଯ୍ୟ ବ୍ୟସ୍ଥତା ଯୋଗୁ ଏନଏସି ଅଫିସକୁ ଆସିପାରୁନାହାନ୍ତି ।  ଦୀର୍ଘ ୨ ବର୍ଷ ହେଲା କାଉନସିଲ ଭାଙ୍ଗିଯାଇଥିବା ବେଳେ ପୂର୍ବତନ ନିର୍ବାହୀ ଅଧିକାରୀ ସ୍ୱର୍ଗତ ବରାଳ ଦକ୍ଷତାର ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ସହିତ କରୋନା ନିୟନ୍ତ୍ରଣ କରି ସବୁରି ମହଲରେ ପ୍ରଶଂସାର ପାତ୍ର ହୋଇଥିଲେ । ତାଙ୍କର ଅକାଳ ମୃତ୍ୟୁ ପରେ ଏନଏସିରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଠପ ହୋଇଯାଇଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଜଣେ ଦକ୍ଷ ନିର୍ବାହୀ ଅଧିକାରୀ ଙ୍କୁ ନିଯୁକ୍ତି ଦେବାକୁ ବୁଦ୍ଧିଜୀବୀ ମହଲ ଦାବି କରୁଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.