Sunday , April 2 2023
Breaking News
Home / ସ୍ୱାସ୍ଥ୍ୟ / ୨୯୮୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ – ୨ ଜଣ ସଂକ୍ରମିତ ଙ୍କ ମୃତ୍ୟୁ

୨୯୮୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ – ୨ ଜଣ ସଂକ୍ରମିତ ଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୫/୦୪/୨୦୨୧(ଓଡ଼ିଶା ସମାଚାର)-ଗତ ୨୪ ଘଣ୍ଟା ମଧ୍ୟରେ ୨୯୮୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୭୩୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୨୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୬୩୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୩୮ ସଂକ୍ରମିତ ଚିହ୍ନଟ ହୋଇ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଜିଲ୍ଲାଓ୍ଵାରି ହିସାବରେ ଅନୁଗୁଳରେ ୬୫, ବାଲେଶ୍ୱରରେ ୮୩, ବରଗଡ଼ରେ ୧୨୬, ଭଦ୍ରକରେ ୩୪, ବଲାଙ୍ଗୀର ୧୧୦, ବୌଦ୍ଧରେ ୧୦, କଟକରେ ୨୦୮, ଦେବଗଡ଼ରେ ୨୩, ଢେଙ୍କାନାଳରେ ୨୧, ଗଜପତିରେ ୧୫, ଗଞ୍ଜାମରେ ୬୩, ଜଗତ୍ସିଂହପୁରରେ ୨୪, ଯାଜପୁରରେ ୫୧, ଝାରସୁଗୁଡ଼ାରେ ୮୪, କଳାହାଣ୍ଡିରେ ୨୬୦, କନ୍ଧମାଳରେ ୮, କେନ୍ଦ୍ରାପଡ଼ାରେ ୧୧, କେନ୍ଦୁଝରରେ ୭୭, କୋରାପୁଟରେ ୧୪, ମାଲକାନଗିରିରେ ୨, ମୟୂରଭଞ୍ଜରେ ୩୮, ନବରଙ୍ଗପୁରରେ ୪୩, ନୟାଗଡ଼ରେ ୧୨, ନୂଆପଡ଼ାରେ ୧୫୧, ପୁରୀ ୧୧୨, ରାୟଗଡ଼ା ୨୭, ସମ୍ବଲପୁର ୧୪୮, ସୋନପୁର ୬, ଓ ଷ୍ଟେଟ୍ ପୁଲରୁ ୯୪ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ବୋଲି ଜଣାପଡିଛି ।
ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୫୮,୩୪୨ ଥିବା ବେଳେ ୩୪୧୭୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୫ ହୋଇଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ରାଜ୍ୟରେ ଏବେ ବି ୧୪୬୨୧ଟି ସକ୍ରିୟ ମାମଲା ରହିଛି। ସମସ୍ତ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୪୯୬୨୯୧ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.