ଭୁବନ,୧୫/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ୍ ଓ ଏନ.ଏ.ସି ରେ ମହାବିଷୁବ ପଣାସଂକ୍ରାନ୍ତି,ହନୁମାନ ଜୟନ୍ତି ଓ ଓଡିଆ ନବ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏନ୍.ଏ.ସି ର ମା ବାଟତାରିଣୀ, ମା କାଲୁଣୀ ମନ୍ଦିର, ମା ଦକ୍ଷିଣକାଳୀ, ମା କାମନାକାଳୀ ପିଠ, ଛତା ମଠ ପରିସରରେ ଥିବା ହନୁମାନ ମନ୍ଦିର,ନୂଆଭୁବନ ଶିବମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିର , ବୁଦ୍ଧେଶ୍ୱର ଶୈବପୀଠ ପରିସରରେ ଥିବା ହନୁମାନ ମନ୍ଦିର , ଶ୍ରୀରାମ ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିର ରେ ପ୍ରତ୍ୟୁଷରୁ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ବିଭିନ୍ନ ହନୁମାନ ମନ୍ଦିରରେ ଶତାଧିକ ଭକ୍ତ ଏକାଠି ହୋଇ ସାମୁହିକ ହନୁମାନ ଚାଳିଶା ପାଠ କରିଥିଲେ । କେତେକ ସ୍ଥାନରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ମାନସିକ ବ୍ରତଧାରୀ ମାନେ ମାନସିକ ପୁରଣ ଆଶାରେ ନିଆଁରେ ଚାଲିଥିଲେ । ପ୍ରସିଦ୍ଧ ଶକ୍ତୀପୀଠ ଭୁବନ ବ୍ଲକ୍ ବାରୁଆଁ ପଂଚାୟତ ର ମା ମଙ୍ଗଳା ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ସହ କେବଳ ପୂଜାର୍ଚ୍ଚନା କରାଯାଇଥିଲା । ସେହିପରି ଓଡିଶ ଚର୍ଚ୍ଚିକା ପୀଠ ,ବଡକାଠିଆ ମଙ୍ଗଳାପୀଠରେ ମଧ୍ୟ ପୂଜା ହୋଇଥିଲା । ଓଡିଶ ଠାରେ ହନୁମାନ ମନ୍ଦିରର ଷଷ୍ଠ ବାର୍ଷିକ ପ୍ରତିଷ୍ଠାଦିବସ ପାଳନ କରାଯାଇଥିଲା । ଭୁବନ ପାଲାମଣ୍ଡପ ଠାରେ ବିପୁଳ ଆନନ୍ଦଉଲ୍ଲାସ ରେ ହନୁମାନ ଜୟନ୍ତି ପାଳିତ ହୋଇଯାଇଛି । ଓଡ଼ିଶା ସମାଚାର
Check Also
ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କ ସ୍ୱତନ୍ତ୍ର ଉପକରଣ ନିମନ୍ତେ ଶିବିର
ଗରଦପୁର, ୨୭/୦୫/୨୦୨୨( ଓଡ଼ିଶା ସମାଚାର )- ADIP ଓ RVY ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ଚିହ୍ନଟ ଶିବିର ଗରଦପୁର ବ୍ଲକ୍ …