ଭୁବନ ୧୫/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନ ଥାନାରେ ନୂତନ ଥାନାଧିକାରୀ ଭାବେ ପ୍ରଶାନ୍ତ କୁମାର ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପାତ୍ର ଜିଲ୍ଲା ହେଡକ୍ୱାଟରରୁ ଏଠାକୁ ବଦଳି ହୋଇ ଆସିଛନ୍ତି । ପୂର୍ବରୁ ସେ ଦେବଗଡ ଓ ଅନୁଗୁଳ ଥାନାରେ କାର୍ଯ୍ୟକରି ଜଣେ ଦକ୍ଷ,କର୍ମଠ ଓ ସଚ୍ଚୋଟ ଅଫିସର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଭୁବନ ଥାନାର ପୂର୍ବତନ ଆଇଆଇସି ତଥା ସ୍ଥାନୀୟ ଅଂଚଳରେ ବେଶ ଲୋକପ୍ରିୟତା ହାସଲ କରିଥିବା ଜିତେନ୍ଦ୍ର କୁମାର ସାହୁ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନାକୁ ବଦଳି ହୋଇ ଯାଇଛନ୍ତି । ଓଡ଼ିଶା ସମାଚାର