Saturday , April 1 2023
Breaking News
Home / ବିଶେଷ / ବାଣୀ ସାହିତ୍ୟ ସଂସଦ ତରଫରୁ ବିଷୁବ ମିଳନ, ଓଡିଆ ନବବର୍ଷ ପାଳନ

ବାଣୀ ସାହିତ୍ୟ ସଂସଦ ତରଫରୁ ବିଷୁବ ମିଳନ, ଓଡିଆ ନବବର୍ଷ ପାଳନ

ଭୁବନ,୧୫/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନ ର ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ବାଣୀ ସାହିତ୍ୟ ସଂସଦ ତରଫରୁ ନୂଆଭୁବନ ଶିବ ମନ୍ଦିର ପ୍ରାଙ୍ଗଣରେ ବିଶୁବମିଳନ ଓ ଓଡିଆ ନବବର୍ଷ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବାଣୀଶ୍ରୀ ରବିନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର,ଚିତ୍ରଶିଳ୍ପୀ ନାରାୟଣ ସାହ,ଅଧ୍ୟାପକ ବାସୁଦେବ ସାହୁ,ସୁରେନ୍ଦ୍ର କୁମାର ପୃଷ୍ଟି,କବି ଉଦ୍ଧବ ମହାପାତ୍ର, ଚରଣ କବି ଗୋପୀନାଥ ବେହେରା,କବୟିତ୍ରୀ ଲଳିତା ନାୟକ,ତିଲୋତମା ପୃଷ୍ଟି,ଅନୁଷ୍ଠାନର ସମ୍ପାଦିକା ବାସନ୍ତୀ କୁମାରୀ ମିଶ୍ର ପ୍ରମୁଖ ଯୋଗଦେଇ ଓଡିଆ ନବବର୍ଷ ପାଳନ ସଂପର୍କରେ ମତବ୍ୟକ୍ତ କରିବା ସହିତ ସ୍ୱରଚିତ କବିତା ପାଠୋତ୍ସବ କରିଥିଲେ । ସମସ୍ତଙ୍କୁ ବେଲପଣାରେ ଆପ୍ୟାୟିତ କରି ସୁଖଶାନ୍ତି କାମନା କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.