Monday , March 27 2023
Breaking News
Home / ବିଶେଷ / କୃଷକ ଆନ୍ଦୋଳନର ସମ୍ବିଧାନ ବଂଚାଅ ଦିବସ : ସମ୍ବିଧାନର ସୁରକ୍ଷା ପାଇଁ ଶପଥ ପାଠ

କୃଷକ ଆନ୍ଦୋଳନର ସମ୍ବିଧାନ ବଂଚାଅ ଦିବସ : ସମ୍ବିଧାନର ସୁରକ୍ଷା ପାଇଁ ଶପଥ ପାଠ

କେନ୍ଦ୍ରାପଡା,୧୫/୦୪/୨୦୨୧(ଓଡ଼ିଶା ସମାଚାର)- ସମ୍ବିଧାନ ପ୍ରଣେତା ଡଃ. ବି.ଆର. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ସମ୍ବିଧାନ ବଂଚାଅ ଦିବସ ପାଳନ ଉପଲକ୍ଷେ କୃଷକ ସଂଗଠନ ଗୁଡିକ ପକ୍ଷରୁ ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ଆମ୍ବରକରଙ୍କ ପ୍ରତିମୂର୍ତି ସମ୍ମୁଖରେ ସମ୍ବିଧାନ ସୁରକ୍ଷା ଶପଥ ପାଠ ଉତ୍ସବ ପାଳିତ ହୋଇଯାଇଛି । ସକାଳ ୭ଟା ସମୟରେ କୃଷକନେତା ଓ ବୁଦ୍ଧିଜୀବୀମାନେ ଆମ୍ବେଦକରଙ୍କ ସମେତ ଅନ୍ୟ ସଂଗ୍ରାମୀମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ସମ୍ବିଧାନର ମୁଖବନ୍ଧ ପାଠ କରି ଏହାର ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ । ଏହି ଅବସରରେ ସାଥୀ ବାବାଜୀ ଧଳଙ୍କ ପରିଚାଳନାରେ ସଂଗଠିତ ପ୍ରତିବାଦ ସଭାରେ ଓଡିଶା କୃଷକ ସଭା ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଅଖିଳ ଭାରତ କୃଷକ ସଭା ଜିଲ୍ଲା ନେତା ରମଣୀରଞ୍ଜନ ରାଉତରାୟ, କିଷାନ କଂଗ୍ରେସ ଜିଲ୍ଲା ନେତା ପ୍ରଫୁଲ୍ଲ କୁମାର ଦାସ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦୋଳଗୋବିନ୍ଦ ସାହୁ, ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ଆଦିକନ୍ଦ ରାଉଳ, ଉମେଶ ଚନ୍ଦ୍ର ସିଂହ, ଆଇ.ଏନ.ଟି.ୟୁ.ସି. ଜିଲ୍ଲା ସଭାପତି ମୁକ୍ତାର ଖାଁ, ସି.ଆଇ.ଟି.ୟୁ.ସି. ଜିଲ୍ଲା ସଭାପତି ଜଗତଜୀବନ ଦାଶ, ଭାଗୀରଥି ଜେନା, ମାଧବ ଦାସ, ଅର୍ଜ୍ଜୁନ ଲେଙ୍କା, ଅନନ୍ତ ସ୍ୱାଇଁ, ପ୍ରତାପ ବିଶ୍ୱାଳ ପ୍ରମୁଖ ସମ୍ବିଧାନର ମୈାଳିକବୈଶିଷ୍ଟ୍ୟ ଗୁଡିକୁ ଅକାମୀ କରିଦେଇ ମନୁବାଦୀ ବ୍ୟବସ୍ଥାର ପ୍ରତିଷ୍ଠା ପାଇଁ ଶାସକୀୟ ଷଡଯନ୍ତ୍ର ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ରାଜଧାନୀ ଦିଲ୍ଲୀର ଚତୁଃପାଶ୍ୱର୍ରେ ଦୀର୍ଘ ୧୪୦ଦିନ ଧରି ଚାଲିଥିବା ଐତିହାସିକ ଶାନ୍ତିପୂର୍ଣ୍ଣ କୃଷକ ଆନ୍ଦୋଳନକୁ ଅଣଦେଖା କରି ଭାଙ୍ଗିଦେବା ପାଇଁ କେନ୍ଦ୍ର ସରକାରଙ୍କ ଚକ୍ରାନ୍ତକୁ ଦୃଢ ନିନ୍ଦା କରାଯିବା ସହ କୃଷି-କୃଷକ ସର୍ବନାଶକାରୀ ତଥା ଜନବିରୋଧୀ ତିନି କଳା କୃଷି ଆଇନର ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.