କଟକ, ୧୫/୦୪/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକ କିଶନନଗର ଉପକଣ୍ଠ ବାରଦା ଗ୍ରାମ କବେଇସାହି ସ୍ଥିତ ମା ଅମ୍ବିକେଶ୍ୱରୀ କ୍ରିକେଟ କ୍ଲବ ଆନୁକୂଲ୍ୟ ଏବଂ କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ସଂଯୋଜନାରେ ଏକରାତ୍ରି କାଳୀନ କବେଇଦେଇ ପ୍ରିମିୟମ ଲିଗ ମା ଅମ୍ବିକେଶ୍ୱରୀ ଖେଳ ପଡିଆରେ ଅନୁଷ୍ଠିତ ହୋଇ ସର୍ବମୋଟ ୮ଟି ଟିମ ଅଂଶଗ୍ରହଣ କରି ସତ୍ୟନାରାୟଣ ପ୍ରୋଗ୍ରେସିଭ କ୍ଲବ ବରଦା ୮ ଓଭରରେ ୭୭ରନ କରି ବିଜୟ ଲାଭକରି ବିଜୟୀପଦକ ଲାଭ କରିଥିବା ବେଳେ ଉପବିଜେତା ଦଳ ନାନକେରା ଡବ୍ଲୁଏସ କ୍ରିକେଟ କ୍ଲବକୁ ରନର୍ସକପ ପ୍ରଦାନ କରାଯିବାସହ ମ୍ୟାନ ଅଫଦି ମ୍ୟାଚ ଓ ସିରିଜ ପାଇଁ ଅଭୟ ଦାସଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରିମିୟମ ଲିଗର ପୁରସ୍କାର ବିତରଣୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ପ୍ରଣବ ରାୟ,ସୁଧାକର ସାହୁ, ପ୍ରଦୀପ ଦାସ,ସମୀର ସିହ୍ନ।,ଲଳିତ ସିହ୍ନ।,ଦିଲୀପ ସିହ୍ନ।,ସଂଜୟ ସେଠୀ,ସଂଜୟ ସିହ୍ନ।,ତାପସ ସିହ୍ନ। ପ୍ରମୁଖ ଯୋଗଦାନ କରିଥିଲେ । ଅମ୍ପେୟାରଭାବେ ତ୍ରିଦୀପ୍ତ ଦାସ,ଆଶିଷ ସିହ୍ନ। ଏବଂ କ୍ଲବର ସମସ୍ତ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତରହି ଟୁନାମେଣ୍ଟ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର