Monday , March 27 2023
Breaking News
Home / ସ୍ୱାସ୍ଥ୍ୟ / ୨୨୬୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ-  ୩ ଜଣ  କରୋନା ଆକ୍ରାନ୍ତ  ମୃତ୍ୟୁ

୨୨୬୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ-  ୩ ଜଣ  କରୋନା ଆକ୍ରାନ୍ତ  ମୃତ୍ୟୁ

ଭୁବନେଶ୍ୱର, ୧୪/୦୪/୨୦୨୧(ଓଡ଼ିଶା ସମାଚାର)- ପୂର୍ବରୁ ଦୈନିକ ଆକ୍ରାନ୍ତ ଙ୍କ ସଂଖ୍ୟା ଶହେ ମଧ୍ୟରେ ସମିତି ଥିବାବେଳେ ଏବେ ତାହା ବଢ଼ି ଦୈନିକ ଆକ୍ରାନ୍ତ ଙ୍କ ସଂଖ୍୍ୟା ୨ ହଜାର ଟପିଲାଣି ।  ଗତ ୨୪ ଘଣ୍ଟା ମଧ୍ୟରେ ୨୨୬୭ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୯୫୩ଜଣ ସ୍ଥାନୀୟ ବାସିନ୍ଦା ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୮ଜଣ, ବାଲେଶ୍ୱର ଜିଲ୍ଲାରୁ ୬୭ଜଣ, ବରଗଡ଼ ଜିଲ୍ଲାରୁ ୧୨୦ଜଣ, ଭଦ୍ରକ ଜିଲ୍ଲାରୁ ୨୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୩ଜଣ, କଟକ ଜିଲ୍ଲାରୁ ୧୧୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୫ଜଣ, ଗଜପତି ଜିଲ୍ଲାରୁ ୩୧ଜଣ, ଗଞ୍ଜାମ ଜିଲ୍ଲାରୁ ୭୦ଜଣ, ଜଗତସିଂହପୁର ଜିଲ୍ଲାରୁ ୩୫ଜଣ, ଯାଜପୁର ଜିଲ୍ଲାରୁ ୫୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୫ଜଣ, କଳାହାଣ୍ଡି ଜିଲ୍ଲାରୁ ୩୪ଜଣ, କନ୍ଧମାଳ ଜିଲ୍ଲାରୁ ୧୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨ଜଣ, କେନ୍ଦୁଝର ଜିଲ୍ଲାରୁ ୫୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୪୮ଜଣ, କୋରାପୁଟ ଜିଲ୍ଲାରୁ ୧୨ଜଣ, ମାଲକାନଗିରି ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦୪ଜଣ, ନୟାଗଡ଼ ଜିଲ୍ଲାରୁ ୧୯ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୪ଜଣ, ପୁରୀ ଜିଲ୍ଲାରୁ ୭୦ଜଣ, ରାୟଗଡ଼ା ଜିଲ୍ଲାରୁ ୨୭ଜଣ, ସମ୍ବଲପୁର ଜିଲ୍ଲାରୁ ୧୨୦ଜଣ, ସୋନପୁର ଜିଲ୍ଲାରୁ ୧୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୫୮ଜଣ, ଷ୍ଟେଟ୍ ପୁଲ୍ରୁ ୮୧ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୫୩୫୩ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୨୨୬୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୩ ଜଣଙ୍ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ଯାଜପୁର, ଗଞ୍ଜାମ, ବଲାଙ୍ଗୀର ଜିଲ୍ଲାରୁ ଜଣେ ଲେଖାଏଁ ବୋଲି ଜଣାପଡିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୫୫୩୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪୧୧୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୧୨୨୪୪ ଜଣ ସକ୍ରିୟ ଚିକିତ୍ସାଧିନ ଅଛନ୍ତି । କରୋନା ଯୋଗୁଁ ୧୯୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣ କରୋନା ଆକ୍ରାପକ୍ଙକ୍ର ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।  ଏବେ ସୁଦ୍ଧା ରାଜ୍ୟରେ ୯୪୬୧୭୨୦ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.