କଟକ ୧୪/୦୪/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ମହାମାରୀ କରୋନା ମାନବ ସମାଜ ପାଇଁ ଏକ ଅଭିଶାପ ପାଲଟିଯାଇଛି । ପ୍ରତ୍ୟେକ ଦିନ କେତେ ଯେ ଜୀବନ ଯାଉଛି,ତାହା ସମସ୍ତଙ୍କୁ ଜଣା, ତଥାପି ଆମ ଲୋକ ମାନେ ବେଫିକର । ଏବେ ଚାଲିଛି କରୋନା ର ଭୟାନକ ସ୍ଥିତି ବା ଦ୍ୱିତୀୟ ଲହରୀ । ସେଥିପାଇଁ ଆମ ରାଜ୍ୟ ସରକାରଙ୍କ ଦ୍ଵାରା ବହୁ ସଚେତନତା କାର୍ୟ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟ ସାରା ଚାଲିଛି ଚଉଦ ଦିନିଆ ‘ମାସ୍କ ଅଭିୟାନ’। ଆଉ ସବୁଠାରୁ ଖୁସି ର କଥା ଏହି ଅଭିଯାନରେ ଓଡ଼ିଶାର ବିଶିଷ୍ଟ ସମାଜସେବୀ ତଥା ଶିଳ୍ପପତି ଶ୍ରୀ ମହିମାନନ୍ଦ ମିଶ୍ର, ଏହି ଚଉଦ ଦିନିଆ ମାସ୍କ ଅଭିୟାନ ରେ ସାମିଲ ହୋଇ,ଗତକାଲି ଦିନ ଦଶଟା ବେଳେ , ଲିଙ୍କ ରୋଡ଼ ସ୍ଥିତ ଥିବା ନିଜ ଅଫିସ ଓଡିଶା ଷ୍ଟିଭେଡ଼ର ଲିମିଟେଡ଼ ସମ୍ମୁଖରେ,ଜା ଆସ କରୁଥିବା ସମସ୍ତ ପଥଚାରି ଙ୍କୁ ମାସ୍କ ବଣ୍ଟନ କରିବା ସହ,କରୋନାର ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏବଂ ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରଦତ୍ତ କରୋନା ଟୀକା କୁ ବିନା ଦ୍ୱିଧାରେ ନେବା ପାଇଁ ,ସାଧାରଣ ଜନତା ଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶା ସମାଚାର