ଭୁବନ ୧୪/୦୪/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା ସକାଶେ ଭୁବନ ସୂଚନାକେନ୍ଦ୍ର ଓ ପାଠାଗାର ଗତ ବର୍ଷ ଅପ୍ରେଲ ମାସ ଆରମ୍ଭରୁ ବିନା ସୂଚନା ଏବଂ ସରକାରଙ୍କ ବିନା ନିର୍ଦ୍ଧେଶରେ ବନ୍ଦ ରହିଥିଲା । ସୂଚନାକେନ୍ଦ୍ର ଓ ପାଠାଗାର ଏକ ସର୍ବସାଧାରଣ ଉପଯୋଗୀ ସ୍ଥାନ ହୋଇଥିବାରୁ ଏଠାରେ କରୋନା ସଂକ୍ରମଣ ସଭାବନାକୁ ଏଡାଇ ଦେଇହେବ ନାହିଁ ବୋଲି କାରଣ ଦର୍ଶାଇ ଗତ ବର୍ଷ ଜୁଲାଇ ମାସରେ ଏ ସଂପର୍କରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରି ସମସ୍ତ ସୂଚନା କେନ୍ଦ୍ର ଓ ପାଠାଗାର କୁ ପରବର୍ତି ଆଦେଶ ପର୍ଯ୍ୟନ୍ତ ବନ୍ଦ କରିଦେଇଥିଲେ । ଦୀର୍ଘ ୯ ମାସ କାଳ ଭୁବନ ସୂଚନା କେନ୍ଦ୍ର ଓ ପାଠାଗାର ବନ୍ଦ ରହିବା ପରେ ଗତ ଜାନୁଆରୀ ପ୍ରାରମ୍ଭରେ ଏହି କେନ୍ଦ୍ରଟି ଖୋଲିଥିଲା । ସମୁଦାୟ ୨ ଜଣ କର୍ମଚାରୀ ୩ ଦିନ ଲେଖାଏଁ ପାଳି କରି ଡ୍ୟୁଟି କରୁଥିବା ବେଳେ ଆଜି ସକାଳ ଠାରୁ ତାଲା ପଡିଥିବା ଦେଖିବାକୁ ମିଳିଥିଲା ଓ ପାଠକମାନେ ବାହାରେ ଛିଡାହୋଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ପୂର୍ବରୁ ଅନେକ ବାର ଏହିପରି ମନଇଚ୍ଛା ଖୋଲା ଓ ତାଲା ପଡୁଥିବାରୁ ପାଠକଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ଉପଖଣ୍ଡସ୍ତରୀୟ ସୂଚନା ଓ ଲୋକସଂପର୍କ ଅଧିକାରୀ କର୍ମଚାରୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କେବଳ କାରଣ ଦର୍ଶାଅ ନୋଟିସ ଜାରି କରି ଚୁପ ବସିବା କାରଣରୁ କର୍ମଚାରୀ ମାନେ ହେୟଜ୍ଞାନ କରୁଛନ୍ତି । ଓଡ଼ିଶା ସମାଚାର