ସାଲେପୁର,୧୪/୦୪/୨୨୦୨୧(ଓଡିଶା ସମାଚାର /ଅଭୟ ଜେନା )ଆଖିପୁଛୁଳାକେ ଚାଲିଗଲା କେବୁଲଅପରେଟର ଙ୍କ ଜୀବନ । ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜଣେ ଯୁବକଙ୍କ ମୃତ୍ୟୁହୋଇଛି, ମୃତକ ଜଣକ ହେଲେ ମାହାଙ୍ଗାଥାନା ସିପୁରା ଗାଁର ସନାତନ ଭୋଇ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାଇ ସନାତନ ସାଲେପୁର ରେ ଏକ ଘରୋଇ ଟିଭି କେବୁଲସଂସ୍ଥା ରେ ଅପରେଟର ଭାବେ କାମକରନ୍ତି. । ସାଲେପୁର ବଜାର ନିକଟରେ କେବୁଲ କାମକରୁଥିବା ସମୟରେ ଏଲଟି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ତଳେ ପଡିଯାଇଥିଲେ । ସେଠାରୁ ତୁରନ୍ତ ତାଙ୍କୁ ଉଦ୍ଧାରକରି ସାଲେପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. । ପୋଲିସ ପହଁଚି ମୃତଦେହ ଜବତ କରି ଛାନଭିନ ଜାରିରଖିଛନ୍ତି. । ଏଠାରେ ଉଲ୍ଲେଖ ନୀୟ ଯେ ବିଦ୍ୟୁତ ଖୁଣ୍ଟ ଗୁଡିକ ରେ କେବୁଲ ଲାଇନ ଯାଇଥିବାରୁ କରେଣ୍ଟ ଲାଗିବାର ଆଶଙ୍କା ରହିଛି ଓ ଦୁର୍ଭାଗ୍ୟ କୁ ଏକ ଅମୁଲ୍ୟ ଜୀବନ ହାନୀ ଘଟିଲା. । ଓଡ଼ିଶା ସମାଚାର