Monday , March 27 2023
Breaking News
Home / ବିଶେଷ / ପଥଚାରୀଙ୍କୁ ସମାଜସେବୀ ଙ୍କ ପଣା ବଣ୍ଟନ

ପଥଚାରୀଙ୍କୁ ସମାଜସେବୀ ଙ୍କ ପଣା ବଣ୍ଟନ

ବାଲିଗୁଡା,୧୪/୦୪/୨୦୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ରାଜ୍ୟରେ ଦିନକୁ ଦିନ ପ୍ରବଳ ଖରା ଓ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଯୁବ ସମାଜ ସେବୀ ଦୀପକ କୁମାର ପଣ୍ଡା ଟାଉନର ପିଡବ୍ଲୁଡି ଛକ ନିକଟରେ ଶୁଭଲକ୍ଷ୍ମୀ ନାମରେ ଏକ ପଣା ଷ୍ଟଲ ଖୋଲିଛନ୍ତି । ଏହି ପଣା ଷ୍ଟଲ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଦିନ ସକାଳ ୭ ଟା ଠାରୁ ଆରମ୍ଭ ହୋଇ ଦିନ ୧ ଟା ପର୍ୟ୍ୟନ୍ତ ବିନା ମୂଲ୍ୟରେ ଲୋକଙ୍କୁ ପଣା ବଣ୍ଟନ କରାଯାଇଥାଏ । ଏହି ପଣା ବଣ୍ଟନ କାର୍ୟ୍ୟକ୍ରମ ଆଗକୁ ଦୀର୍ଘ ତିନି ମାସ ଯାଏ ଜାରି ରହିବ ବୋଲି ସମାଜ ସେବୀ ଶ୍ରୀ ପଣ୍ଡା ମତ ପ୍ରକାଶ କରିଛନ୍ତି । ଏହି ପଣା ବଣ୍ଟନ ରେ ଯଦି କେହି ସ୍ୱେଚ୍ଛାସେବୀ ସାହାର୍ୟ୍ୟ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ସାହାଯ୍ୟ କରିପାରିବେ ବୋଲି ମଧ୍ୟ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.