Thursday , March 23 2023
Home / ବ୍ୟବସାୟ ବାଣିଜ୍ୟ / ଜନାର୍ଦ୍ଦନପୁର ଶନି ବଜାର ଠାରେ ନୂତନ ଏ ଟି ଏମ୍ ଉଦଘାଟିତ

ଜନାର୍ଦ୍ଦନପୁର ଶନି ବଜାର ଠାରେ ନୂତନ ଏ ଟି ଏମ୍ ଉଦଘାଟିତ

ନିଶ୍ଚିନ୍ତକୋଇଲି, ୧୪/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା )ଜନାର୍ଦ୍ଦନପୁର ଶନି ବଜାର ଠାରେ ୟୁନିୟନ ବ୍ୟାଙ୍କ ର ଏକ ଏ ଟି ଏ ମ୍ ଓ ବକ୍ରଙ୍ଗି କେନ୍ଦ୍ର ଉଦଘାଟିତ ହୋଇ ଯାଇଛି। ଗ୍ରାମାଞ୍ଚଳ ର ବଜାର ରେ ଏହି ପରି କେନ୍ଦ୍ର ସ୍ଥାପନ ଦ୍ୱାରା ଲୋକେ ବ୍ୟାଙ୍କ ରୁ ଟଙ୍କା ଉଠାଣ ନିମନ୍ତେ ବାହାର କୁ ନଯାଇ ଗାଁ ଏ .ଟି .ଏ ମ୍ ରେ ଉଠେଇ ପାରିବେ। ବ୍ରଜ କିଶୋର ବେହେରା ଙ୍କ ତତ୍ୱାବଧାନ ରେ ଏହାକୁ ନିଶ୍ଚିନ୍ତକୋଇଲି ବି ଡି ଓ କର୍ଣ୍ଣଦେବ ସମାଦାର ଉଦଘାଟନ କରିଥିଲେ। ଏଥିରେ ବ୍ୟାଙ୍କ ମ୍ୟାନେଜର ସୁବାଶିଷ ପରିଡା, ନେମାଳ ଥାନା ଅଧିକରୀ ନିହାର ରଞ୍ଜନ ମହାନ୍ତି, ପ୍ରାକ୍ତନ ସରପଞ୍ଚ ବିଶ୍ୱଭୂଷଣ ନାୟକ, ପ୍ରଦୀପ୍ତ ଷଡ଼ଙ୍ଗୀ, କ୍ଷୀରୋଦ ବେହେରା, କଳମିଶ୍ରି ଯୁବନେତା ଅଶୋକ ମୁଦୁଲି, ତଥା ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.