Thursday , March 23 2023
Home / ବିଶେଷ / ଆଗାମୀ ଓଡିଶା ପକ୍ଷରୁ ଓଡିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ 

ଆଗାମୀ ଓଡିଶା ପକ୍ଷରୁ ଓଡିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ 

ଓଡିଆ ନବବର୍ଷ ପାଳନ ଜାତୀୟତାଭାବକୁ ଋଦ୍ଧିମନ୍ତ କରିବ

ଗରଦପୁର,୧୪/୦୪/୨୦୨୧(ଓଡ଼ିଶା ସମାଚାର)- ଜାତୀୟ ଭାଷାସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ଗରଦପୁର ବ୍ଲକର ଧାନମଣ୍ଡଳ ଗ୍ରାମସ୍ଥିତ ପ୍ରସିଦ୍ଧ ଶିଦ୍ଧେଶ୍ୱର ମନ୍ଦିର ସଭାଗୃହରେ ସରକାରଙ୍କର କୋଭିଡ ନିୟମ ଓ ସାମାଜିକ ଦୂରତ୍ୱ ରକ୍ଷାକରି ନିରାଡମ୍ବର ଭାବେ ଓଡିଆ ନବବର୍ଷ ପାଳନ ତଥା ବିଷୁବ ସାରସ୍ୱତ ସମାବେଶ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କର  ପାଠ୍ୟପୁସ୍ତକ ମୁଦ୍ରଣ ଓ ପ୍ରକାଶନ ନିର୍ଦ୍ଧେଶକ ବିକାଶ ଚନ୍ଦ୍ର ମହାପାତ୍ର ଯୋଗଦେଇ ଓଡିଆ ସଂସ୍କୃତି ହେଉଛି ବିଶ୍ୱରେ ଶ୍ରେଷ୍ଠ ସଂସୃତି, ସେଥିପାଇଁ  ଓଡିଆ ଭାଷାର ସୁରକ୍ଷା ପାଇଁ  ପ୍ରତ୍ୟେକ ଓଡିଆ କେବଳ ଭାଷଣରେ ସୀମିତ ନରହି ବାସ୍ତବ କର୍ମ ଆଚରଣରେ ଫୁଟାଇ ତୋଳିଲେ ଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ହୋଇପାରିବ ବୋଲି କହିଥିଲେ । ଶ୍ରୀଯୁକ୍ତ ମହାପାତ୍ର ଆହୁରି କହିଲେଯେ ଆଗାମୀ ପୀଢିର ଯୁବ ଛାତ୍ରଛାତ୍ରୀମାନେ ପାଶ୍ଚାତ୍ୟ ସଂସ୍କୃତିକୁ ଆଦର କରି ନିଜ ସଂସ୍କୃତିକୁ ଅବହେଳା ନକରିବାପାଇଁ ପରାମର୍ଶ ଦେବା ସହିତ ଓଡିଆ ନନବର୍ଷ ପାଳନ କରିବା ଦ୍ୱାରା ଓଡିଆ ସଂସ୍କୃିତର ପ୍ରଚାର ପ୍ରସାରଣ ବୃଦ୍ଧି ପାଇବ । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ତିର୍ଲୋଲ ବ୍ଲକ ବିଡିଓ ଅଟଳ ବିହାରୀ ସ୍ୱାଇଁ  ଯୋଗଦେଇ ଓଡିଆ ଭାଷାର ସୁରକ୍ଷା ପାଇଁ ନିଜେ ଆଚରଣ ଓ ଉଚ୍ଚାରଣ କଲେ ଭାଷା ସାହିତ୍ୟର ମଧ୍ୟ ଉନ୍ନତି ହୋଇପାରିବ, ଶ୍ରୀ ସ୍ୱାଇଁ ଆହୁରି କହିଲେ ଯେ, କେରଳ ବାସୀ ତାଙ୍କ ମାତୃଭାଷା ମାଲାୟଲମ ପାଇଁ ଗର୍ବ ଅନୁଭବ କରନ୍ତି  ଓଡିଆ ଭାଷା ଓ ସଂସ୍କୃତିକୁ ଆମ୍ଭମାନକୁ ବିଶ୍ୱସ୍ତରକୁ ନେବାକୁ ହେବ ବୋଲି କହିଥିଲେ ।   ମୁଖ୍ୟ ବକ୍ତା ଭାବେ ମାନସ ଅଧ୍ୟାପକ ଶରତ କୁମାର ରାଉତରାୟ ଯୋଗଦେଇ ଓଡିଶା ନବବର୍ଷ ନହୋଇ ବିଶ୍ୱ ନବବର୍ଷ କରାଯାଉ ।  ଏଥିରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ପୌରହିତ୍ୟ କରି  ଓଡିଆ ଭାଷା ଭାରତୀୟ ସ୍ତରର ଏକ ଶ୍ରେଷ୍ଠ ଏବଂ ପ୍ରାଚୀନ ଭାଷା, ଆନ୍ତର୍ଜାତୀୟ ଇଂରାଜୀ ଭାଷାର ପ୍ରଭାବରେ ନିଜ ମାତୃଭାଷାର ବ୍ୟବହାରକୁ ସଂକୁଚିତ ନକରିବା ଏବଂ ଦେଶ ବିଦେଶରେ ଓଡିଆ ଭାଷାର ମର୍ଯ୍ୟାଦାକୁ ପ୍ରତିଷ୍ଠିତ କରିବାକୁ ଓଡିଆ ନବର୍ଷରେ ପ୍ରତ୍ୟେକ ଓଡିଆ ଶପଥ ନେବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସରକାରୀ ଆଇନ୍ଜୀବି ଜନ୍ମେଜୟ କଟକିଆ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ମଣିଷ ଶରୀର ମଧ୍ୟରେ  ଓଡିଆ ଜୀତାୟତାଭାବ ଏବଂ ସ୍ୱାଭିମାନ ବୃଦ୍ଧିକରିବାରେ ଆଗାମୀ ଓଡିଶାର ଉତ୍ସର୍ଗୀକୃତ ନିରବଚ୍ଛିନ୍ନ ପ୍ରଚେଷ୍ଠାକୁ ପ୍ରଶଂସାକରିବା ସଂଗେ ସଂଗେ ଓଡିଆ ନବବର୍ଷ ପାଳନ ସମଗ୍ର ରାଜ୍ୟର ପୁରପଲ୍ଲୀରେ ଅନୁଷ୍ଠିତ ହେଲେ ଓଡିଆ ଜାତି ଏକତା ବୃଦ୍ଧି ହେବା ସଂଗେ ସଂଗେ  ବିଶ୍ୱର ଶ୍ରେଷ୍ଠଜାତି ଭାବରେ ପ୍ରତିଷ୍ଠିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଆଇନଜିବୀ ମନୋରଞ୍ଜନ ପ୍ରଧାନ, ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ବାରିକ,  ପୂର୍ବତନ ବିଆର୍ସିସି ସଦାଶିବ ବିଶ୍ୱାଳ, ସୁରେଶ ଚନ୍ଦ୍ର ରାଉତ, ଅଧ୍ୟାପକ ଅଜୟ କୁମାର ଦାସ, ରବିନ୍ଦ୍ର କୁମାର ମହାପାତ୍ର, ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ,  ପ୍ରମୁଖ ଯୋଗଦେଇ ଓଡିଆ ଭାଷାର ସୁରକ୍ଷା ପାଇଁ ଆଲୋଚନା କରିଥିଲେ । ଏହି ଉସôବରେ ଅଧ୍ୟାପକ ଆଶିଷ ଚକ୍ରବର୍ତି ଅତିଥି ପରିଚୟ ଓ ସୂଚନା ପ୍ରଦାନ କରିଥିଲେ ।  ଏହି ଉସôବରେ ବିକାଶ ଚନ୍ଦ୍ର ମହାପାତ୍ରଙ୍କୁ ଶ୍ରେଷ୍ଠ ଓଡିଆ ଭାବେ ଓ  ସମ୍ମାନିତ ଅତିଥି ଶ୍ରୀ ସ୍ୱାଇଁଙ୍କୁ ବିଷୁବ ସମ୍ମାନ ଏବଂ ବରିଷ୍ଠ ସାମ୍ବାଦିକ ଦିପ୍ତିରଞ୍ଜନ କାନୁନଗୋଙ୍କୁ ଶ୍ରେଷ୍ଠ ସାମ୍ବାଦିକଭାବେ  ପୁଷ୍ପଗୁଚ୍ଛ ଉତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା  । ଏହି କାର୍ଯ୍ୟକ୍ରମକୁ ଧିରେନ ମହାନ୍ତି, ରାକେଶ ମହାପାତ୍ର, ଭାସ୍କର ମହାପାତ୍ର, ସରୋଜ ସ୍ୱାଇଁ, ରବିନ୍ଦ୍ର ମହାପାତ୍ର, ସୁବାଷ ମହାପାତ୍ର, ଚିରଞ୍ଜନ ମହାପାତ୍ର, ଦେବେନ୍ଦ୍ର ସ୍ୱାଇଁ, ପ୍ରକାଶ ସ୍ୱାଇଁ, ଶିଶିର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.