ମାହାଙ୍ଗା, ୧୪/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଗୋତରା ଗ୍ରାମପଞ୍ଚାୟତ ର ଆପିଲୋ ଗ୍ରାମ ର ମଝି ପଡ଼ା ଦଳିତ ସାହି ରେ ଗତ କାଲି ଆକସ୍ମିକ ଅଗ୍ନିକାଣ୍ଡ ଘଟି ରଞ୍ଜନ ମଳିକ କ ଙ୍କ ତିନି ବଖରା ଘର ସଂପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇ ଯାଇ ଥିଲା । ଘର ପୋଡ଼ି ବିଷୟରେ ଶୁଣିବା ମାତ୍ରେ ସେହି ଗ୍ରାମର ତଥା ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଙ୍କ ଅନୁଗତ ଗୋତରା ଗ୍ରାମପଞ୍ଚାୟତ ବିଜେଡି ସଭାପତି ସୂର୍ୟ୍ୟ କାନ୍ତ ପଣ୍ଡା ଆଜି ଅପରାହ୍ନ ସମୟରେ ରଞ୍ଜନ ମଳିକ କ ଙ୍କ ଘରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଅଗ୍ନି ବିପନ୍ନ ଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ । ଯାହାକୁ ନେଇ ଗୋତୋରା ଗ୍ରାମପଞ୍ଚାୟତ ବାସୀ ଶ୍ରୀ ପଣ୍ଡା ଏବଂ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ପ୍ରଶଂସାକରିବା ସଙ୍ଗେ ସଙ୍ଗେ କୃତଜ୍ଞତା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ସ୍ବାଇଁ, ସନ୍ତୋଷ କୁମାର ସ୍ବାଇଁ, ମନୋରଞ୍ଜନ ସ୍ବାଇଁ, ବସନ୍ତ କୁମାର ପ୍ରଧାନ, ବୀରବର ପ୍ରଧାନ, ସଞ୍ଜୟ କୁମାର ମହାପାତ୍ର, ପ୍ରଶାନ୍ତ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ଓଡିଶା ସମାଚାର