ଗରଦପୁର ୧୩/୦୪/୨୦୨୧(ଓଡ଼ିଶା ସମାଚାର)-ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇ ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇଛି । ଗ୍ରାମଂଚଳର ବିଦ୍ୟୁତ ଉପଭୋକ୍ତାମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପର ପକ୍ଷରେ ବିଦ୍ୟୁତ ବିତରଣ ଦାୟିତ୍ୱ ଟାଟା ପାୱାର ହାତକୁ ଯାଇଥିଲେ ମଧ୍ୟ ପୂର୍ବପରି ନିରନ୍ତର ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେଉଛି । ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ପାଟକୁରା ପ୍ରଗତି ମଂଚ କୁଦାନଗରୀସ୍ଥିତ ବିଦ୍ୟୁତ ସେକସନ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଗତି ମଂଚ ତରଫରୁ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା । ମଂଚର ସଭାପତି ତଥା ଜିଲାପରିଷଦ ସଭ୍ୟ ସନ୍ତୋଷ ଜେନାଙ୍କକ ନେତୃତ୍ୱରେ କୁଦାନଗରୀସ୍ଥିତ ଦକ୍ଷିଣ କାଳି ମନ୍ଦିର ନିକଟରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପଦଯାତ୍ରା କରାଯାଇଥିଲା । ବିଦ୍ୟୁତ ଉପଭୋକ୍ତାମାନେ ଯୋଗଦେଇ ବିଦ୍ୟୁତ ଶୁଳ୍ତକ ବୃଦ୍ଧି ପ୍ରତ୍ୟାହାର କରିବା ପାଇଁ ବିଭିନ୍ନ ଶ୍ଲୋଗାନ ଦେଇଥିଲେ । ଏଥି ସହିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ଲାକର୍ଡ଼ ଧରି ଧାରଣାରେ ବସିଥିଲେ । ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ନହେଲେ ଆଗାମି ଦିନରେ ଉପଭୋକ୍ତାମାନେ ରାଜରାସ୍ତାକୁ ଓହ୍ଲାଇବେବୋଲି ପ୍ରଗତି ମଂଚ ତରଫରୁ ସୂଚନା ଦିଆଯାଇଥିଲା । ୪ ଘଂଟା ଧାଣାରେ ବସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କନିଷ୍ଠ ପରିଚାଳକ ଅଶ୍ୱିନୀ କୁମାର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆୟୋଜିତ ଏହି ଧାରଣା ଓ ବିକ୍ଷୋଭରେ ପ୍ରଗତି ମଂଚର ସମ୍ପାଦକ ଅଶୋକ ମହାରଣା,ଉପସଭାପତି କ୍ଷୀରୋଦ ନାୟକ, ସହ ସମ୍ପାଦକ ଉଦୟନାଥ ଚୌଧୁରୀ, ସଂଯୋଜକ ନବାବ ପଣ୍ଡା, ରବିନ୍ଦ୍ର ଦାସ, ବରଦାପ୍ରସାଦ କର, କାଦମ୍ବିିନୀ ସାହୁ, ପବିତ୍ର ମଳିକ, ଗଣେଷ ଚନ୍ଦ୍ର ପରିଡ଼ା,ସମରେନ୍ଦ୍ର ଦାସ ଓ ବିଦ୍ୟୁତ ଉପଭୋକ୍ତା ସଂଘର ସଭାପତି କେଦାରନାଥ ସାମନ୍ତରା ଙ୍କ ସମେତ ଶତାଧିକ ବିଦ୍ୟୁତ ଉପଭୋକ୍ତା ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର