ଗରଦପୁର ୧୩/୦୪/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବଜାରରେ ଆଜି ସନ୍ଧ୍ୟାରେ ହଠାତ କାଳବୈଶାଖି ଝଡ଼ ସୃଷ୍ଟି ହୋଇଥିଲା । ଏଥିରେ ବର୍ଷ ହୋଇନଥିଲା କିନ୍ତୁ ପ୍ରବଳ ବଜ୍ରପାତ ସହିତ ବିଜୁଳି ଓ ଘଡ଼ଘଡ଼ି ମାରିଥିଲା । ବଜ୍ରପାତ ହେବା ଦ୍ୱାରା ଗରଦପୁର ବଜାରରେ ଥିବା ପୋଷ୍ଟ ଅଫିସ ପଛପଟ ନିକଟ ଏକ ବାଡ଼ିରେ ଥିବା ନଡ଼ିଆ ଗଛ ବଜ୍ରପାତ ହେବାରୁ ଜଳିଯାଇଛି । ସେହିପରି ଗରଦପୁର ବଜାରରେ ଥିବା ଦୂର୍ଗା ମଣ୍ଡପ ପଛପଟ ବାଉଁଶ ବୁଦାରେ ମଧ୍ୟ ନିଆଁ ଲାଗିଯାଇଥିଲା । ଲୋକାମନେ ଭୟଭିତ ହୋଇପଡ଼ିଥିଲେ । ଓଡ଼ିଶା ସମାଚାର