ନିଶ୍ଚିନ୍ତକୋଇଲି ,୧୩/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ୟତମ ପ୍ରମୁଖ ପ୍ରସିଦ୍ଧ ଶୈବପୀଠ ଅନନ୍ତେଶ୍ୱର ମହାଦେବ ଙ୍କ ପୀଠରେ ଚଳିତ ବର୍ଷ କରୋନା କଟକଣା ଓ ସରକାରୀ ଗାଇଡ଼ ଲାଇନ ଅନୁଯାଇ ଝାମୁଯାତ୍ରା ଓ ପାଟୁଆଯାତ୍ରା ଅନୁଷ୍ଠିତ ହେଉଅଛି।ପ୍ରତିବର୍ଷ ଏହି ପୀଠକୁ ବିଭିନ୍ନ ଅଞ୍ଚଳ ରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏଠାକୁ ଆସିଥାନ୍ତି।ପ୍ରତିବର୍ଷ ଝାମୁଯାତ୍ରା ଓ ପାଟୁଆ ଯାତ୍ରା ରେ ବହୁ ଲୋକଙ୍କ ସମାଗମ ହୋଇଥାଏ।ମାସନ୍ତ ଦିନ ଝାମୁଯାତ୍ରା,କଣ୍ଟାପାଟୁଆ ଓ ହୋଇଥାନ୍ତି।ପଣା ଯାତ୍ରା ରେ ଅଗ୍ନୀ ପାଟୁଆ ଦଣ୍ଡପାଟୁଆ,ଖଣ୍ଡାପାଟୁଆ,ସିଡିପାଟୁଆ ମାନସିକ ଧାରୀ ମାନେ ସେମାନଙ୍କ ର ମନୋବାଞ୍ଛା ପୂର୍ଣ୍ଣ ପାଇଁ ହୋଇଥାନ୍ତି।ସେହିପରି ୭ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ।ଚଳିତ ବର୍ଷ କରୋନା ପାଇଁ ଶେଷକୁ ପାଟୁଆ ଯାତ୍ରା କୁ ସ୍ଥଗିତ ରଖାଯିବା ସହ ନୀତିକାନ୍ତି ଅନୁଯାଇ କେବଳ ବିଧିରକ୍ଷା ପାଇଁ କାର୍ୟ୍ୟକ୍ରମ ଚାଲୁରହୁଛି ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।ନେମାଳ ଥାନା ପୋଲିସ ଓ ପ୍ରଶାସନ ପକ୍ଷରୁ ଶୃଙ୍ଖଳା ରକ୍ଷା କରାଯାଉ ଥିବା ଦେଖିବକୁ ମିଳିଛି । ଓଡ଼ିଶା ସମାଚାର
