Saturday , April 1 2023
Breaking News
Home / ବିଶେଷ / ଅସବର୍ଣ୍ଣକୁ  ବିବାହ କରିଥିବାରୁ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କୁ ଅସଦ ବ୍ୟବହାର ଅଭିଯୋଗ

ଅସବର୍ଣ୍ଣକୁ  ବିବାହ କରିଥିବାରୁ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କୁ ଅସଦ ବ୍ୟବହାର ଅଭିଯୋଗ

କେନ୍ଦ୍ରାପଡା, ୧୩/୦୪/୨୦୨୧(ଓଡ଼ିଶା ସମାଚାର)- ଜନୈକ ସବର୍ଣ୍ଣ ମହିଳା ଅସବର୍ଣ୍ଣଙ୍କୁ ବିବାହ କରିଥିବାରୁ ସେହି ମହିଳା ଓ ତାଙ୍କ ନାବାଳିକା ଝିଅଙ୍କୁ ଅସଦ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି ।  କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମର ଦିଲିପ ଦାସଙ୍କ ପତ୍ନୀ ତିଳୋତମା ଦାସ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ଫେବୃୟାରୀମାସ ୨୧ତାରିଖରେ ତାଙ୍କ ସ୍ୱାମୀ ପଠାଇଥିବା ଟଙ୍କା ଆଣିବାକୁ ତାଙ୍କ ଦୁଇ ନାବାଳିକା ଝିଅଙ୍କୁ ବର୍ତନୀ ଛକକୁ ପଠାଇଥିବା ବେଳେ ସେହି ଗ୍ରାମର ଧବଳେଶ୍ୱର ସ୍ୱାଇଁ  ସେମାନଙ୍କୁ ଅଶ୍ଳିଳ ଭାଷାରେ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ ।  ଝିଅ ଦୁଇଜଣ ଫୋନରେ ଜଣାଇବାରେ ତିଳୋତମା ଘଟଣା ସ୍ଥଳରେ ପହଁଚିବାରେ ସଂପୃକ୍ତ ବ୍ୟକ୍ତି ଜଣକ ଉଭୟ ତିଳୋତମା ଏବଂ ତାଙ୍କ ଦୁଇ ନାବାଳିକା ଝିଅଙ୍କୁ ଅସଦ ବ୍ୟବହାର କରିଥିବା ତିଳୋତମା ରାଜକନିକା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ରାଜକନିକା ଥାନା ପୋଲିସ ଥାନା କେଶ ନମ୍ବର ୬୬/୨୧ରେ ଆଇପିସିର ଦଫା ୩୪୧,୨୯୪, ୩୨୩,୪୨୭, ୩୫୪(ଖ),୫୦୬ ଓ ୩(ସି)(ବ)(ଆର)(ଏସ)(୨ଭିଏ) ଏସସି/ଏସଟି(ପିଏ) ଆକ୍ଟରେ ମାମଲା ରୁଜୁ କରିଦେଇ ହାତବାନ୍ଧି ବସିଯାଇଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ତିଳୋତମା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.