Thursday , March 23 2023
Home / ରାଜନୀତି / ୭ମ ଦିବସରେ ଜନଶକ୍ତି ପାର୍ଟିର ପ୍ଲାକାର୍ଡ ଶୋଭାଯାତ୍ରା

୭ମ ଦିବସରେ ଜନଶକ୍ତି ପାର୍ଟିର ପ୍ଲାକାର୍ଡ ଶୋଭାଯାତ୍ରା

କେନ୍ଦ୍ରାପଡା, ୧୨/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ଜନଶକ୍ତି ପାର୍ଟି ପକ୍ଷରୁ ଚାଲିଥିବା ପ୍ଲାକାର୍ଡ ଶୋଭାଯାତ୍ରା ର ୭ମ ଦିବସରେ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୁରଣ ଓ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପ୍ରଭୃତି ଦାବିରେ ସାନ୍ତସାହି ଧର୍ମଶାଳା ନିକଟରେ, ଚଉଁରୀ ବରହମପୁର, ତହସିଲ କାର୍ଯ୍ୟାଳୟ ପ୍ରଭୃତି ସ୍ଥାନରେ ପ୍ଲାକାର୍ଡ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଶୋଭାଯାତ୍ରାରେ କାର୍ଯ୍ୟାଳୟ ସମ୍ପାଦକ ସୁବାଷ ରାଉତ, ଶ୍ରମିକ ସଭାପତି ରମେଶ ଥାଟୋଇ, ପ୍ରଚାର କମିଟି ଅଧ୍ୟକ୍ଷ ସୂର୍ଯ୍ୟମଣୀ ପଣ୍ଡା, ଦଳିତ ସମ୍ପାଦକ ନାରାୟଣ ମଳିକ ଓ ଉପସଭାପତି ବିବେକ ନାୟକ, ଯୁବରାଜ୍ୟ ସମ୍ପାଦକ ପ୍ରଶାନ୍ତ ନାୟକ, କିସୁ ଜେନା, ପିତବାସ ଦାସ, ବନମାଳି ପଣ୍ଡିତ, ନରେନ୍ଦ୍ର ନାୟକ, ଅଶୋକ ରାଉତ, ଅନିଲ ନାୟକ, ସାନୁ ନାୟକ, ଜନ୍ ନାୟକ, କାହ୍ନୁ ନାୟକ ପ୍ରମୁଖ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.