ଗରଦପୁର ୧୨/୦୪/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ୍ ଓ ଗରଦପୁର ବ୍ଲକ୍ ର ଭିନ୍ନ ଭିନ୍ନ ତିନୋଟି ସ୍ଥାନରୁ ସିରିଜ ଚୋରୀ ଅଭିଯୋଗରେ ପାଟକୁରା ଥାନା ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ମୁଖ୍ୟ ଅଭିଯୁକ୍ତର ନାମ ବିକ୍ରମ ଦାସଳ ପିତା ଭୀମସେନ ଦାସ, ଗ୍ରାମ ବେଢ଼ୁଆଁ , ଥାନା ମାର୍ଶାଘାଇ ବୋଲି ଜଣାପଡ଼ିଛି । ଏ ସମ୍ପର୍କରେ ପୋଲିସ ଆଜି ପାଟକୁରା ଥାନାରେ ଏକ ପ୍ରେସ କନଫରେନ୍ସ କରି ସୂଚନା ପ୍ରଦାନ କରିଛି । ଗତ ମାର୍ଚ ୨୧ ତାରିଖ ରାତିରେ ମହମୁଦା ଅଙ୍ଗନୱାଡ଼ି ସେଂଟରର ତାଲା ତାଡ଼ି ସେଂଟରରେ ଥିବା ସାମସଙ୍ଗ ଏଲସିଡ଼ି ଟିଭି , ଏକ ଉଚତା ମପା ଯନ୍ତ୍ର ଚୋରୀ ହୋଇଥିଲା । ସେହିପରି ଗତ ମାର୍ଚ ୨୬ ତାରିଖ ରାତିରେ ମାଣ୍ଡିଆସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ର ତାଲା ତାଡ଼ି ଚୋରୀ ହୋଇଥିଲା । ସେଠାରୁ ଏକ ସୋନୀ ଟିଭି , ଗୋଟିଏ ଲୁମନଓ ଇନଭର୍ଟର. ଗୋଟିଏ ଆକ୍ୱା ଗାର୍ଡ଼ ଚୋରୀ ହୋଇଥିଲା । ଏଥି ସହିତ ଏପ୍ରିଲ ୪ ତାରିଖ ରାତିରେ ହରିଦାସପୁର ସ୍ଥିତ ସୁକାନ୍ତ ମହାପାତ୍ର ଙ୍କ ଷ୍ଟେସନାରୀ ଦୋକାନ ରୁ ଦୁର୍ବୃତମାନେ ୪୦ ବୋତଲ ସେଂଟ, ୧୦ ଖେଳନା, ୧୦ ଗିଫ୍ଟ ଆଇଟମ , ୨ ଟି କ୍ରିକେଟ ବ୍ୟାଟ ଚୋରୀ କରି ଫେରାର ହୋଇଯାଇଥିଲେ । ଏ ସମ୍ପର୍କରେ ପାଟକୁରା ଥାନାରେ ଭିନ୍ନ ଭିନ୍ନ ତିନୋଟି ଚୋରୀ ମାମଲା ରୁଜୁ କରାଯାଇଥିଲା । ପୋଲିସ ଏହି ସିରିଜ ଚୋରୀ ଘଟଣାର ତଦନ୍ତ କରି ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ଗ୍ରାମର ବିକ୍ରମ ଦାସ ଙ୍କୁ ଗିରଫ କରିଛି । ବିକ୍ରମ ଙ୍କ ସହିତ ଅନ୍ୟଅଭିଯୁକ୍ତ ଥିବା ସୂଚନା ମିଳିଛି । ବିକ୍ରମ ଙ୍କ ଠାରୁ ଚୋରୀ ଯାଇଥିବା ସାମସଙ୍ଗ ଟିଭି , ସୋନୀ ଟିଭି ଓ ସେଂଟ ବଟଲ କୁ ପୋଲିସ ଜବତ କରିଛି । ଅଭିଯୁକ୍ତ ବିକ୍ରମ କୋର୍ଟ ଚାଲାଣ ହେବେ ବୋଲି ପୁଲିସ ଆଇଆଇସି ସୁଜିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଶ୍ରୀ ପ୍ରଧାନ ଙ୍କ ସହିତ ସବ ଇନସପେକ୍ଟର ଜ୍ୟୋତି ରଂଜନ ମହାନ୍ତି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର