Tuesday , March 28 2023
Home / ବିଶେଷ / ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛଧରାଳି

ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛଧରାଳି

ଭୁବନ ୧୨/୦୪/୨୦୨୧(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଂଚାୟତ ଜୟପୁର ଗ୍ରାମର ମେଙ୍ଗଇ ତରାଇ ଙ୍କ ପୁଅ  ନକୁଳ ତରାଇ (୪୯) ଆଜି ଦିନ ୧୧ ଘଟିକା ସମୟରେ ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇ ନଦୀରେ ବୁଡି ଯାଇଥିଲେ । ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ମାଳପୁରା ନଦୀ ଘାଟରୁ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ଭୁବନ  ଥାନା ଏଏସଆଇ ଦୀନବନ୍ଧୁ ପ୍ରଧାନ ପହଁଚି ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ । ଏ ସଂପର୍କରେ ଭୁବନ ଥାନାରେ କେଶ ନଂ-୦୪/୨୦୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.