Saturday , March 25 2023
Breaking News
Home / ବିଶେଷ / ବିଶିଷ୍ଟ ଶିକ୍ଷାବିତ ବିଭୂତି ଭୂଷଣ ପରିଡା ଙ୍କ ଜୟନ୍ତୀ ପାଳିତ

ବିଶିଷ୍ଟ ଶିକ୍ଷାବିତ ବିଭୂତି ଭୂଷଣ ପରିଡା ଙ୍କ ଜୟନ୍ତୀ ପାଳିତ

ସାଲେପୁର,୧୨/୦୪/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ବିଶିଷ୍ଟ  ଶିକ୍ଷାବିତ ତଥା ଶିକ୍ଷକ ନେତା ଆଦର୍ଶ ଶିକ୍ଷକ, ସାହିତ୍ୟ ସଂଗଠକ  ବିଭୁତି ଭୂଷଣ ପରିଡାଙ୍କ ୭୨ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। କଟକଜିଲ୍ଲା  ସାଲେପୁରର ବିଶ୍ବେଶ୍ଵର ମହାଦେବଙ୍କ ପ୍ରାଙ୍ଗଣରେ ସମ୍ପର୍କ ସାହିତ୍ୟ ସାଂସଦ ଆନୁକୂଲ୍ୟରେ  ଆୟୋଜିତ ଏହି ଜୟନ୍ତୀ ସମାରୋହରେ ବିଭୁତି ଭୂଷଣ ପରିଡାଙ୍କ ସମେତ ବହୁ ଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀ, ସାହିତ୍ୟିକ, ଅନୁଷ୍ଠାନ ର କର୍ମକର୍ତା  ଯୋଗ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା ଦେବା ସହ ବିଦ୍ୟାଳୟରେ ଶିକ୍ଷାଦାନ ସମୟର ଅନେକଅଭୁଲା  ସ୍ମୃତି ଓ ଅନୁଭୂତି ମନେପକେଇ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।କାର୍ୟ୍ୟକ୍ରମକୁ ପ୍ରକାଶକ ଚନ୍ଦ୍ରମଣି ଭୂୟାଁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭା ରେ କବି ସଦାଶିବ ଦାଶ, ସାହିତ୍ୟିକ ଡ଼ଃ ଗୋବିନ୍ଦ ଭୂୟାଁ,  ଅବସର ପ୍ରାପ୍ତ ଅଧ୍ୟକ୍ଷ ବିଷ୍ଣୁ ଚରଣ ପାତ୍ର, ସାମ୍ବାଦିକ ପ୍ରଫୁଲ ମିଶ୍ର, ଶିକ୍ଷାବିତ ଜଗନ୍ନାଥ ବସ୍ତିଆ, ବଟକୃଷ୍ଣ ସ୍ୱାଇଁ ପ୍ରମୁଖ ବିଭୁତି ବାବୁ ଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋକ ପାତ କରିଥିଲେ  । ଓଡିଶା ସମାଚାର

Leave a Reply

Your email address will not be published.