Thursday , March 23 2023
Home / ପର୍ଯ୍ୟଟନ ଓ ସଂସ୍କୃତି / ବିଶିଷ୍ଟ କଳାକାର କାଳନ୍ଦି ସାହୁଙ୍କ ଦ୍ୱାଦଶାହରେ ସ୍ମୃତିସଭା

ବିଶିଷ୍ଟ କଳାକାର କାଳନ୍ଦି ସାହୁଙ୍କ ଦ୍ୱାଦଶାହରେ ସ୍ମୃତିସଭା

କେନ୍ଦ୍ରାପଡା, ୧୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ଗ୍ରାମର କଳାକାର କାଳନ୍ଦି ଚରଣ ସାହୁଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା ତାଙ୍କ ପଳସିଂହା ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶିଳ୍ପୀ ରତ୍ନାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭାରେ ଗିତିକାର ସୁବାଷ ପାତ୍ର, ସଞ୍ଜୟ ମଲ୍ଲିକ, ସୁଶିଲ ସୁତାର, ପ୍ରଭାତ କୁମାର ସିଂ, ଉମାକାନ୍ତ ଜେନା, ସଂଯୁକ୍ତା ଦାସ, ଐସ୍ୱର୍ଯ୍ୟା ଦାସ, ଇତିଶ୍ରୀ ଦାସ, ଅଶୋକ କୁମାର ସାହୁ, ଗଙ୍ଗାଧର ପାତ୍ର, ଗୈାମ ସାହୁ, ନିରଞ୍ଜନ ଦାସ, ପଦ୍ମନାଭ ଦାସଶର୍ମା, ଭଗବାନ ଜେନା, ଅଜିତ କୁମାର ମହାପାତ୍ର, ଗଣେଶ ଚନ୍ଦ୍ର ଦାସ, କରୁଣାକର ସେଠୀ, କାଙ୍ଗାଳି ଚରଣ ସାହୁ, ରାଧେଶ୍ୟାମ ଦାସ, ବାବୁରାମ ଜେନା, ଦୋଳଗୋବିନ୍ଦ ବେହେରା, ଦାମୋଦର ବିଶ୍ୱାଳ, ସୁରେନ୍ଦ୍ର କୁମାର ରାଉତ, ଅଭିରାମ ସାହୁ, ବାବୁରାମ ସାହୁ, ମଳୟ ସାହୁ,ଗଗନବିହାରୀ ସିଂଙ୍କ ସମେତ ଗୋପାଳ ଦାଶ ଗିତୀନାଟ୍ୟ ଦଳର ବହୁ ବିଶିଷ୍ଟ କଳାକାରମାନେ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.