Thursday , March 23 2023
Home / ରାଜନୀତି / ପିପିଲି ଉପନିିର୍ବାଚନରେ ସାମ୍ପ୍ରଦାୟିକ ଶକ୍ତିକୁ ପରାସ୍ତ କରି ବିଜେଡ଼ିକୁ ଭୋଟ୍ ଦିଅ – ସମାଜବାଦୀ ପାର୍ଟି

ପିପିଲି ଉପନିିର୍ବାଚନରେ ସାମ୍ପ୍ରଦାୟିକ ଶକ୍ତିକୁ ପରାସ୍ତ କରି ବିଜେଡ଼ିକୁ ଭୋଟ୍ ଦିଅ – ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୧୨/୦୪/୨୦୨୧(ଓଡ଼ିଶା ସମାଚାର)- ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟଠାରେ ପିପିଲି ଉପନିର୍ବାଚନକୁ ଆଧାର କରି ରାଜ୍ୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ପ୍ରତି ଦେଶରେ ଡିଜେଲ୍, ପେଟ୍ରୋଲ୍, ରନ୍ଧନଗ୍ୟାସ ଓ ଖାଇବା ତେଲର ଦରବୃଦ୍ଧି ଦେଶର ସବୁ ସ୍ତରରେ ସାଧାରଣ ଜନତାଙ୍କୁ ଚରମ ଶୋଷଣ ଭିତରକୁ ଠେଲିଦେଇଛି । ଅନ୍ୟପଟେ କଳାବଜାରୀ ଓ ମହଜୁଦକାରୀମାନେ ବୋଝ ଉପରେ ନଳିତାବିଡ଼ା ସାଜି ଚାଲିଛନ୍ତି । ବେକାରୀ ସମସ୍ୟା କଥା ନ କହିଲେ ଭଲ । ଆଚ୍ଛାଦିନର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ବିଜେପି ମିଛ ବାହାସ୍ପଟ ମାରି ଜନଗଣଙ୍କୁ ବାରମ୍ବାର ଭଣ୍ଡି କେବଳ ଦେଶରେ କ୍ଷମତା ହାସଲ କରିବା ପାଇଁ ପ୍ରବଳ ହୀନ ପ୍ରଚେଷ୍ଟା ଜାରି ରଖିଛନ୍ତି । ସାମ୍ପ୍ରଦାୟିକତା ଓ ଧର୍ମାନ୍ଧତାର ବୀଜ ବୁଣି ଜନଗଣଙ୍କ ଅସଲ ଉଦ୍ଧେଶ୍ୟ ଓ ସ୍ୱାର୍ଥକୁ ପଦାଘାତ କରିଚାଲିଛନ୍ତି । ଦେଶର ପରିସ୍ଥିତି ବେଳକୁ ବେଳ ଭୟାବହ ହେବାରେ ଲାଗିଛି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ପିପିଲି ଉପ ନିର୍ବାଚନକୁ ନେଇ ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ପିପିଲି ମାଟିର ଲଢୁଆ ନେତା ଯଥା ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଂଜୟ ନାୟକ, ଯୁବନେତା ସୁବ୍ରତ ଲେଙ୍କା, ସୁନୀଲ ମିଶ୍ର, ସୁଶୀଲ ହୋତା, ଚାଷୀ ନେତା ବିଜୟ ବେହେରା, ନାରୀ ନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ବିଜେଡ଼ିକୁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ପାଇଁ ପିପିଲିବାସୀଙ୍କୁ ଏକ ପ୍ରେସ୍ ଇସ୍ତାହାରରେ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.