ଭୁବନେଶ୍ୱର, ୧୨/୦୪/୨୦୨୧(ଓଡ଼ିଶା ସମାଚାର)- ଗ୍ରାଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ କ୍ଲିଷ୍ଟ ଅଂଚଳମାନଙ୍କରେ ପାନୀୟଜଳ ଯୋଗଣ ବ୍ୟବସ୍ଥା ସଂପର୍କରେ ପଂଚାୟତିରାଜ , ପାନୀୟ ଜଳ , ଆଇନ , ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ଗ୍ରାଷ୍ମପ୍ରବାହ ଦୃଷ୍ଟିରୁ ପାନୀୟଜଳ ପାଇଁ ଲୋକମାନେ ଯେ ପରି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେ ନେଇ ବିଭାଗ ସଜାର ରହିଛି ଏବଂ ଦାୟିତ୍ୱରେଥିବା ଅଧିକରୀମାନେ ବିନା ଅନୁମତିରେ ସଦରମହକୁମା ଛାଡିପାରିବେ ନୀହିଁ ବୋଲି ନିର୍ଦ୍ଧେଶ ଦିଆଯାଇଛି ବୋଲି ସମୀକ୍ଷାପରେ ମନ୍ତ୍ରୀ ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟର ଗ୍ରାମାଂଚଳରେ ଯେଉଁଠି ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବ ସେହି ସବୁ ସ୍ଥାନରେ ନୂତନ ନଳକୂପ ସ୍ଥାପନ ନିମନ୍ତେ ନିଷ୍ପତି ହୋଇଛି ଏବଂ ଏ ନେଇ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଜଳକ୍ଳିଷ୍ଟ , ନୂତନ ଭାବେ ଗଢି ଉଠିଥିବା ପଡାଗ୍ରାମ ଓ ୭୦ ରୁ ଅଧିକ ଜନ ସଂଖ୍ୟା ପାଇଁ ଏକ ନୂତନ ନଳକୂପ ସ୍ଥାପନ ପାଇଁ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ସୌରଚାଳିତ ନଳକୂପ ଗୁଡିକୁ ୧୫ ଦିନ ମଧ୍ୟରେ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି । ପ୍ରତି ଗ୍ରାମପଚାଂୟତ , ବ୍ଲକ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ସମସ୍ତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ମରାମତି , ରକ୍ଷଣାବେକ୍ଷଣ ଓ ତଦାରଖ ପାଇଁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଆହୁରିମଧ୍ୟ ପ୍ରତି ଶନିବାର ବ୍ଲକ୍ ସ୍ତରରେ ଓ ମଙ୍ଗଳବାର ଜିଲ୍ଲାସ୍ତରରେ ସମୀକ୍ଷା କରାଯାଇ ପରିସ୍ଥିତିର ମୁକାବିଲା ପାଇଁ କୁହାଯାଇଛି । ଗ୍ରାମାଂଚଳରେ ଜଳେଯାଗାଣ ସମସ୍ୟା ଜନିତ ଅଭିଯୋଗ ପାଇଁ ଦେୟମୁକ୍ତ ୧୯୧୬ ନମ୍ବରରେ ଅଭିଯୋଗ କରିପାରିବେ ।
ରାଜ୍ୟର ୧୧୪ ଟି ସହରାଂଚଳ ମଧ୍ୟରୁ ଆଜି ସୁଦ୍ଧା ୯୪ ଟି ସହରାଂଚଳରେ ୬୫୦ ଟି ଜଳକ୍ଳିଷ୍ଟ ସ୍ଥାନକୁ ଚିହ୍ନଟ କରାଯାଇଛି । ମୋଟ ୧୨ ଲକ୍ଷ ୧୭ ହଜାର ଗୃହ ମଧ୍ୟରୁ ୮,୩୦,୦୦୦ ଗୃହକୁ ପାନୀୟ ଜଳ ସଂଯୋଗ କରାଯାଇଛି । ସହରାଂଚଳରେ ଥିବା ୩୬୯୩୨ ଟି ନଳକୂପକୁ କାର୍ଯ୍ୟକ୍ଷମ ରଖା ଯାଇଛି । ଆବଶ୍ୟକ ସ୍ଥଳେ ଜରୁରୀ ମରାମତି କାରାଯାଇ ଜଳ ଯୋଗାଣ ଅବ୍ୟାହତ ରଖିବାକୁ ୧୬୧ ଗୋଟି ଭ୍ରାମ୍ୟମାଣ ଦଳ ନିୟୋଜିତ ହୋଇଛନ୍ତି । ୧୫୬ ଟି ନିୟନ୍ତ୍ରଣ କକ୍ଷ ଓ ମୋ ସରକାର କେନ୍ଦ୍ର ସ୍ଥାପନ କରାଯାଇ ପାନୀୟଜଳ ସଂପର୍କରିତ ଅଭିଯୋଗ ଗ୍ରହଣ ଓ ୨୪ ଘଂଟା ମଧ୍ୟରେ ସମାଧାନ ବ୍ୟବସ୍ଥା କରାଯାଇଛି । ଯୋଗାଇ ଦିଆଯାଉଥିବା ପାଣିର ଗୁଣବତା ନିୟମିତ ଭାବେ ପରୀକ୍ଷା କରାଯାଉଛି । ୨୬ ଟି ସହର ପାଇଁ ବିଭିନ୍ନ ନଦୀରେ ୩୦ ଗୋଟି କ୍ରସବନ୍ଧ ନିର୍ମାଣ କରାଯାଇ ଗ୍ରୀଷ୍ମ ସମୟରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣା ପଡିଛି । ସହରାଂଚଳରେ ପାନୀୟ ସଂପର୍କିତ ସମସ୍ୟା ବା ଅଭିଯୋଗ ନିମନ୍ତେ ୧୫୫୩୫୯ ଏବଂ ୧୮୦୦୩୪୫୬୭୮୪୩ ଦୁଇଟି ଦେୟମୁକ୍ତ ଟେଲିଫୋନ ରହିଛି ।
ମନ୍ତ୍ରୀ ଶ୍ରୀ ଜେନା ଆଜି ଦୁଇଟି ଯାକ ବିଭାଗର ପଦାଧିକାରୀମାନଙ୍କ ସହିତ ପାନୀୟ ଜଳ ସଂପର୍କରେ ସମୀକ୍ଷା କରିବା ସହିତ ଗ୍ରାଷ୍ମ ପ୍ରବାହ ସମୟରେ ଜଳେଯାଗାଣ କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସତର୍କ କରିଛନ୍ତି । ଓଡ଼ିଶା ସମାଚାର
Home / ବିଶେଷ / ପାନୀୟ ଜଳ ସଂପର୍କରେ ସମୀକ୍ଷା : ଦାୟିତ୍ୱରେଥିବା ଅଧିକରୀମାନେ ବିନା ଅନୁମତିରେ ସଦରମହକୁମା ଛାଡିପାରିବେ ନୀହିଁ – ମନ୍ତ୍ରୀ ଶ୍ରୀ ଜେନା