Sunday , May 29 2022
Home / ବିଶେଷ / ନାବାଳିକା ଝିଅ ଅପହରଣ ନେଇ ସଦର ଥାନାରେ ଅଭିଯୋଗ

ନାବାଳିକା ଝିଅ ଅପହରଣ ନେଇ ସଦର ଥାନାରେ ଅଭିଯୋଗ

କେନ୍ଦ୍ରାପଡା, ୧୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜମଧର ଗ୍ରାମର ମାଗୁଣି ଚରଣ ଦାସଙ୍କ ପୁଅ ସଞ୍ଜୟ କୁମାର ଦାସ  ଅଭିଯୋଗ କରିଛନ୍ତି ଯେ ତାଙ୍କ ଘରେ କେହି ନଥିବା ସମୟରେ ତାଙ୍କ ୧୬ବର୍ଷ ବୟସର ନାବାଳିକା ଝିଅକୁ କେହି ଅପହରଣ କରିନେଇଛି । ଏଥିସହିତ ଘରେ ଥିବା ନଗଦ ୩ହଜାର ଟଙ୍କା ସହ ସୁନା ଚେନ, କାନଫୁଲ ଓ ମୁଦି ମଧ୍ୟ ନଥିବା ସେ ଅଭିଯୋଗ କରିଛନ୍ତି । ସେହି ଗ୍ରାମର ସେକ ତଫିରୁଦ୍ଧିନଙ୍କ ପୁଅ ସେକ ଜାକିର ମନ୍ଦ ଉଦେଶ୍ୟ ରଖି ତାଙ୍କ ନାବାଳିକା ଝିଅକୁ ଅପହରଣ କରି ନେଇଥିବା ସେ ଅଭିଯୋଗ କରିଛନ୍ତି । ଜାକିର ତାଙ୍କ ନାବାଳିକା ଝିଅକୁ ରାଜ୍ୟ ବାହାରକୁ ନେଇପଳାଇ ଯିବାର ସମ୍ଭାବନା ଥିବାରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନାବାଳିକା ଝିଅକୁ ଉଦ୍ଧାର କରିବା ପାଇଁ ସଞ୍ଜୟ ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ

ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …

Leave a Reply

Your email address will not be published. Required fields are marked *