କେନ୍ଦ୍ରାପଡା, ୧୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ଗ୍ରାମପଂଚାୟତରେ ଏକ ନୂତନ ଅଙ୍ଗନୱାଡିକେନ୍ଦ୍ର ଖୋଲାଯିବା ପାଇଁ ୫ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ରେଶ୍ମୀ ଚକ୍ରବର୍ତୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶାରେ ୧୫୬୭ଟି ନୂତନ ଅଙ୍ଗନୱାଡି କେନ୍ଦ୍ର୍ର ଖୋଲାଯିବା ପାଇଁ ପ୍ରସ୍ତାବ ରହିଥିବା ବେଳେ ଢୋଲ ପଂଚାୟତର ଜମରା ଗ୍ରାମରେ ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ସେଠାରେ ତୃତୀୟ ଅଙ୍ଗନୱାଡି କେନ୍ଦ୍ର ଖୋଳାଯିବାକୁ ଶ୍ରୀମତୀ ଚକ୍ରବର୍ତୀ ଦାବି କରିଛନ୍ତି । ଜମରା ରାଜସ୍ୱ ଗ୍ରାମର ଲୋକସଂଖ୍ୟା ୧୫ଶହ ଥିବା ସ୍ଥଳେ ସେଠାରେ ପୂର୍ବରୁ ୨ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ସେହି ଗ୍ରାମର ପ୍ରାୟ ୬ଟି ୱାର୍ଡରେ ଶିଶୁମାନେ ଶିକ୍ଷା ଓ ଅପପୃଷ୍ଟିର ଶୀକାର ହେଉଛନ୍ତି । ତେଣୁ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜମରା ଗ୍ରାମରେ ତୃତୀୟ ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବାକୁ ଶ୍ରୀମତୀ ଚକ୍ରବର୍ତୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର