Monday , March 20 2023
Breaking News
Home / ସ୍ୱାସ୍ଥ୍ୟ / ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଦେଖାକୁ ନେଇ ଡାକ୍ତର ଓକିଲ ମୁହାଁମୁହିଁ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଦେଖାକୁ ନେଇ ଡାକ୍ତର ଓକିଲ ମୁହାଁମୁହିଁ

କେନ୍ଦ୍ରାପଡା, ୧୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟଡୋରରେ ରବିବାର ଅପରାହ୍ନରେ ଏକ ରୋଗୀଦେଖାକୁ ନେଇ ଜନୈକ ଓକିଲ ଓ ଡାକ୍ତରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁର(କଚେରୀଡିହ)ଗ୍ରାମର ଆଇନଜୀବି ମତିଉଲ୍ଲା ବକ୍ସ ଅସୁସ୍ଥ ପତ୍ନୀଙ୍କୁ  ଦେଖାଇବା ନିମନ୍ତେ ଟିକେଟ କାଟି  ଡୁ୍ୟଟିରେ ଥିବା ଡା. ଏ.କେ.ନାୟକଙ୍କୁ ଧାଡିରେ ଦୀର୍ଘ ସମୟ ଧରି  ଅପେକ୍ଷା କରିଥିଲେ । କିନ୍ତୁ ଧାଡିକୁ ଛାଡି ଅନ୍ୟ ବାଟରେ ରୋଗି ଡାକ୍ତରଙ୍କ ପାଖକୁ ଯାଇ ସେହି ଡାକ୍ତରଙ୍କୁ ଦେଖାଇବା ଘଟଣା ଦେଖି ଧାଡିରେ ବହୁ ସମୟ ଧରି ଅପେକ୍ଷା କରିଥିବା ବହୁ ରୋଗୀ ଘଟଣାର ପ୍ରତିବାଦ କରିଥିଲେ । ଏହାଦ୍ୱାରା ସଂପୃକ୍ତ ଡାକ୍ତର ନିଜ ସିଟରୁ ଉଠିଆସି ଆଇନଜୀବି ବକ୍ସଙ୍କ ରୋଗୀଙ୍କୁ ଦେଖିବେ ନାହିଁ ବୋଲି କହିଥିଲେ । ଫଳରେ ଉଭୟ ଓକିଲ ଏବଂ ଡାକ୍ତରଙ୍କର ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବରୁ ମଧ୍ୟ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ସେଥିପ୍ରତି ଡାକ୍ତରଖାନା କର୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ଆବଶ୍ୟକ ଧ୍ୟାନ ଦିଆଯାଇନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.