କେନ୍ଦ୍ରାପଡା, ୧୨/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ କୋଭିଡ ପଜିଟିଭ କେଶ ବଢି ଚାଲିଥିବାରୁ ଗୃହ ଏକାନ୍ତବାସରେ ଆଗାମୀ ଦିନରେ ରହିବାକୁ ଥିବା କୋଭିଡ ପଜିଟିଭ ମାନଙ୍କ ପାଇଁ କୋଭିଡ କିଟ ପ୍ରସ୍ତୁତ କରିବାରେ ଲାଗିଛି ଜିଲ୍ଲା ପ୍ରଶାସନ । ଏଥିନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗରେ କୋଭିଡ କିଟ ପ୍ରସ୍ତୁତ କରାଯାଉଛି । ପ୍ରତି କିଟରେ ଗୋଟିଏ ଡେଟଲ ହ୍ୟାଣ୍ଡୱାଶ, ଗୋଟିଏ ହ୍ୟାଣ୍ଡ ସାନିଟାଇଜର, ମାସ୍କ, ଭିଟାମିନ-ସି ଟାବଲେଟ ଓ ସଚେତନତା ପ୍ରଚାରପତ୍ର ରଖାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର