Monday , March 20 2023
Breaking News
Home / ବିଶେଷ / ଗୋଟିଏ ରାତିରେ ଦୁଇଟି ଘରୁ ସୁନା ଅଳଙ୍କାର  ସମେତ ଲକ୍ଷାଧିକ ଟଙ୍କାର ଚୋରୀ

ଗୋଟିଏ ରାତିରେ ଦୁଇଟି ଘରୁ ସୁନା ଅଳଙ୍କାର  ସମେତ ଲକ୍ଷାଧିକ ଟଙ୍କାର ଚୋରୀ

ଭୁବନ ୧୨/୦୪/୨୦୨୧(ଓଡ଼ିଶା ସମାଚାର)-ଗତକାଲି ମଧ୍ୟ ରାତ୍ରରେ ଭୁବନ ଥାନା ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ ଅଂଚଳରେ ଦୁଇଟି ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଚୋରୀ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ,ଲତାବିଲ ଅଂଚଳର ଯୋତା ବ୍ୟବସାୟୀ ଭୋଳେଶ୍ୱର ସାହୁ ଙ୍କ ପରିବାର ବର୍ଗ ରାତ୍ର ଭୋଜନ ସାରି ଶୋଇଥିବା ବେଳେ ମଧ୍ୟ ରାତ୍ର ପ୍ରାୟ ୧ ଘଟିକା ସମୟରେ ଦୁର୍ବୃତ ମାନେ ତାଙ୍କ ଘରେ ପଶି କାଠ ଆଲମାରୀ ଓ ଗଡରେଜ ଆଲମାରୀ ଭାଙ୍ଗି ପ୍ରାୟ ୫ ଭରି ଓଜନର ସୁନା ଅଳଙ୍କାର ଚୋରିକରି ନେଇଯାଇଥିଲେ । ଅନୁରୂପ ଭାବେ ସେହି ଅଂଚଳର ସୋଲିଆ ବାହାଲିଆ ଙ୍କ ଘରେ ପଶି ଟିଣ ବାକ୍ସରେ ସଂଚିତ ଥିବା ୪୦ ହଜାର ଟଙ୍କା ଓ ୨ ଭରି ସୁନା ଚୋରି କରି ନେଇଥିବା ଭୁବନ ଥାନାରେ ଅଭିଯୋଗ ହୋଇଛି । ଆଇଆଇସି ଜିତେନ୍ଦ୍ର କୁମାର ସାହୁ ,ଏଏସଆଇ ରମେଶ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ସଦଳବଳେ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଚଳାଇଛନ୍ତି । ଏ ସଂପର୍କରେ ଭୁବନ ଥାନାରେ କେଶ ନଂ-୧୪୫/୨୦୨୧ ଓ ୧୪୬/୨୦୨୧ ରେ ଦୁଇଟି ମାମଲା ରୁଜ୍ଜୁ ହୋଇଥିବା ଥାନା ସୂତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.