Monday , March 27 2023
Breaking News
Home / ବିଶେଷ / ମୀରାବାଇ କଳାବିକାଶ କେନ୍ଦ୍ରର ଓଡ଼ିଶୀ ନୃତ୍ୟ ଆରମ୍ଭ ଓ କରୋନା ସଚେତନତା କାର୍ଯ୍ୟକ୍ରମ

ମୀରାବାଇ କଳାବିକାଶ କେନ୍ଦ୍ରର ଓଡ଼ିଶୀ ନୃତ୍ୟ ଆରମ୍ଭ ଓ କରୋନା ସଚେତନତା କାର୍ଯ୍ୟକ୍ରମ

ଭୁବନ ୧୧/୦୪/୨୦୨୧(ଓଡ଼ିଶା ସମାଚାର)- ଭୁବନର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୀରାବାଇ କଳାବିକାଶ କେନ୍ଦ୍ରରେ ଓଡ଼ିଶୀ ନୃତ୍ୟଶିକ୍ଷା ଓ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପରିଚାଳନା ପରିଷଦର ସଭ୍ୟ ଓ ଅନୁଷ୍ଠାନର ମୁଖ୍ୟ ସଂଗଠକ ତଥା ଦୂରଦର୍ଶନର ସ୍ୱକୃତୀ ପ୍ରାପ୍ତ ପ୍ରଯୋଜକ ଭଗବାନ ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଟକସ୍ଥିତ ନୃତ୍ୟଗୁରୁ ଶ୍ରୀ ରମାକାନ୍ତ ସାହୁ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ । ଓଡ଼ିଶୀ ନୃତ୍ୟ ଶିକ୍ଷାରେ ୨୦ଜଣ ଛାତ୍ରୀ ଙ୍କୁ ଫୁଲ ଚନ୍ଦନ ପ୍ରଦାନ କରାଯାଇ ଦୁର୍ଗାବତୀ ନାୟକ, ଲିଲି ଦାସ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ସମସ୍ତ ସଭ୍ୟ ଓ ସଭ୍ୟା ଛାତ୍ର ,ଛାତ୍ରୀ ସାନିଟାଇଜର ହୋଇ ମୁହଁରେ ମାସ୍କ ପିନ୍ଧି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଶପଥ କରିଥିଲେ । ଚିତ୍ର ଶିଳ୍ପୀ ନାରାୟଣ ସାହୁ, ବରିଷ୍ଠ ଆଇନିଜୀବୀ ସନାତନ ଗୁରୁ, ଅଭିନେତା ପ୍ରଶାନ୍ତ ଦ୍ୱିବେଦୀ, ସତ୍ୟବାଦୀ ସେନାପତି, ସତ୍ୟାନନ୍ଦ ପୃଷ୍ଟି, ବିଜୟ କୁମାର ସାହୁ, ଶିକ୍ଷାବିତ୍ ବିପିନ୍ କୁମାର ମିଶ୍ର, ସମାଜ ସେବୀ ରଥ କିଶୋର ସେଠୀ, ସଞ୍ଜିବ୍ କୁମାର ନାୟକ, ଡ଼ାକ୍ତରଖାନା କର୍ମଚାରୀ ଦିଲ୍ଲୀପ କୁମାର ଦାସ, ମହାମାରୀ କୋରନାର ଦ୍ୱିତୀୟ ଲହରୀ ସକାଶେ ସଚେତନତା ବାର୍ତା ମୀରାବାଇ କଳାବିକାଶ କେନ୍ଦ୍ର ,ଭୁବନ ମାଧ୍ୟମରେ ନିଜର ବହୁମୁଲ୍ୟ ଉପଦେଶ ଦେଇଥିଲେ । ଏହା ସହିତ ହୃଷିକେଶ ନାୟକ, କୈଳାଶ ଚନ୍ଦ୍ର ପୃଷ୍ଟି, ଶାନ୍ତିଲତା ଗୁରୁ, ପ୍ରତିମା ନାୟକ, ଉତମ ଦଳେଇ, ଉମା ନାୟକ, ଚିନ୍ତାମଣୀ ସାହୁ, ପଂଚାନନ ପ୍ରଧାନ, ବ୍ରହ୍ମାନନ୍ଦ ସାହୁ, ସହଯୋଗ କରିଥିଲେ । ପ୍ରତ୍ୟେକ ଶନିବାର ଦିନ ସକାଳ ଆଠ ଘଟିକା ଠାରୁ ଦଶ ଘଟିକା ପର୍ଯ୍ୟନ୍ତ ଓଡ଼ିଶୀ ନୃତ୍ୟ ଶିକ୍ଷା ଦିଆଯିବାକୁ ସ୍ଥିର ହୋଇଥିଲା । ପୂର୍ବରୁ ଏହି ଅନୁଷ୍ଠାନ ତରଫରୁ ଛାତ୍ର, ଛାତ୍ରୀ ଙ୍କ ଦ୍ୱାରା ଭୁବନେଶ୍ୱର ଦୂରଦର୍ଶନ ମାଧ୍ୟରେ ଓଡ଼ିଶୀ ନୃତ୍ୟ ଦ୍ୱାରା ବହୁ ଗୀତାଭିନୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.