ସାଲେପୁର,୧୧/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ କଟକଜିଲ୍ଲା ବହୁଗ୍ରାମ ବିବେକାନନ୍ଦ ବିଦ୍ୟପୀଠ ପରିସରରେ ସ୍ବାଧୀନତାର ଅମୃତ ମହୋତ୍ସବ ଶୀର୍ଷକ ଏକ ଦୁଇ ଦିନିଆ ଫୋଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଯୁବ ପିଢିଙ୍କୁ ମୁକ୍ତି ଆନ୍ଦୋଳନର ମହାମାନବ ମାନଙ୍କ ସହ ଯୋଡିବା ,ଇତିହାସକୁ ବର୍ତ୍ତମାନ ସହ ଯୋଡି ଏକ ସମୃଦ୍ଧ ଶକ୍ତିଶାଳୀ ଭାରତ ଭବିଷ୍ୟତରେ ଗଢିବାର ଲକ୍ଷ ନେଇ ଏହି ଫୋଟୋ ପ୍ରଦର୍ଶନୀ ଆୟୋଜିତ କରାଯାଇଥିବା ଆୟୋଜକମାନେ କହିଛନ୍ତି। କେନ୍ଦ୍ର ସୂଚନା ଲୋକସମ୍ପର୍କ ବିଭାଗର ପତ୍ରସୂଚନା ବିଭାଗ ଦ୍ଵାରା ଆୟୋଜିତ ଏହି ପ୍ରଦର୍ଶନୀରେ ୧୮୫୭ଠାରୁ ଆରମ୍ଭ କରି ଦେଶର ସ୍ଵାଧୀନତା ସଂଗ୍ରାମର ଶତାଧିକ ବହୁ ମୂଲ୍ୟବାନ ଫୋଟୋ ପ୍ରଦର୍ଶିତ କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକମାନେ ମଧ୍ୟ ଏଭଳି ଫୋଟୋ ପ୍ରଦର୍ଶନୀ ଦେଖୀ ବହୁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।ଏଥିରେ ପତ୍ରସୂଚନା ଅତିରିକ୍ତ ମହାନିର୍ଦେଶକ ରାଜେନ୍ଦ୍ର ଚୌଧୁରୀ, ଜନସମ୍ପର୍କ ଅଧିକାରୀ ଅଖିଳ କୁମାର ମିଶ୍ରଯୋଗ ଦେଇଥିଲେ. । ଓଡିଶା ସମାଚାର