Monday , March 20 2023
Breaking News
Home / ସ୍ୱାସ୍ଥ୍ୟ / ୧୩୭୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

୧୩୭୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୦/୦୪/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ମିଟର ଉପର ମୁହାଁ । ଗତ ୩ ଦିନ ହେଲା ଦୈନିକ କରୋନା ସଂଙ୍କ୍ରମିତ ଙ୍କ ସଂଖ୍ୟା ହଜାରେ ଉପରେ । ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୧୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫୬୨ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୩ଜଣ, ବାଲେଶ୍ୱର ଜିଲ୍ଲାରୁ ୧୭ଜଣ, ବରଗଡ଼ ଜିଲ୍ଲାରୁ ୫୯ଜଣ, ଭଦ୍ରକ ଜିଲ୍ଲାରୁ ୩୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨ଜଣ, ବୌଦ୍ଧ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୫୧ଜଣ, ଦେଓଗଡ଼ ଜିଲ୍ଲାରୁ ୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୫ଜଣ, ଗଜପତି ଜିଲ୍ଲାରୁ ୮ଜଣ, ଗଞ୍ଜାମ ଜିଲ୍ଲାରୁ ୨୦ଜଣ, ଜଗତସିଂହପୁର ଜିଲ୍ଲାରୁ ୯ଜଣ, ଯାଜପୁର ଜିଲ୍ଲାରୁ ୨୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୨ଜଣ, କଳାହାଣ୍ଡି ଜିଲ୍ଲାରୁ ୪୫ଜଣ, କନ୍ଧମାଳ ଜିଲ୍ଲାରୁ ୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯୩ଜଣ, କୋରାପୁଟ ଜିଲ୍ଲାରୁ ୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୦ଜଣ, ନୟାଗଡ଼ ଜିଲ୍ଲାରୁ ୧୩ଜଣ, ନୂଆପଡ଼ା ଜିଲ୍ଲାରୁ ୧୩୫ଜଣ, ପୁରୀ ଜିଲ୍ଲାରୁ ୪୪ଜଣ, ରାୟଗଡ଼ା ଜିଲ୍ଲାରୁ ୪୭ଜଣ, ସମ୍ବଲପୁର ଜିଲ୍ଲାରୁ ୭୭ଜଣ, ସୋନପୁର ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୫୫ଜଣ, ଷ୍ଟେଟ୍ ପୁଲ୍ରୁ ୪୫ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୮୧୮୨ରେ ପହଞ୍ଚିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୮୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୯୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୭୦୦୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଆଜି ସୁଦ୍ଧା ରାଜ୍ୟରେ ୯୩୩୮୭୦୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.