ପାରାଦୀପ ୧୦/୦୪/୨୦୨୧(ଓଡ଼ିଶା ସମାଚାର)- ବନ୍ଦର ସହର ପାରାଦୀପକୁ ଦୈନନ୍ଦିନ ହଜାର ହଜାର ବିଭିନ୍ନ ପଣ୍ୟବାହୀ ଟ୍ରକ ସମେତ ଛୋଟବଡ ଯାନ ଯାତାୟତ କରିଥାଏ । କରୋନା ସଂକ୍ରମଣ କଟକଣା କୋହଳ ହେବା ପରେ ଏବେ ଚଳଚଂଚଳ ହୋଇ ପଡିଛି ଏହି ଭାରିଯାନର ଯାତାୟତ । ତେବେ ବନ୍ଦର ପ୍ରବେଶ ପଥ ଅଠରବାଙ୍କୀରୁ ଦୋଛକି ପର୍ଯ୍ୟନ୍ତ ରାଜପଥର ଉଭୟ ପାଶ୍ୱର୍ରେ ପ୍ରଶାସନର ଚେଷ୍ଟା ସତ୍ୱେ ଟ୍ରକ ମାନେ ବେଆଇନ ଭାବେ ପାର୍କିଂ କରିବା ଯୋଗୁଁ ରାସ୍ତା ସଂଙ୍କୁଚିତ ହେବା ଫଳରେ ସାଧାରଣରେ ଯାତାୟତ କରିବା କଷ୍ଟସାଧ୍ୟ ହୋଇ ପଡିଛି । ଏହି ଘଟଣାକ୍ରମରେ ଶୁକ୍ରବାର ସଂନ୍ଧ୍ୟାରେ ତାରେଣୀଗଡା ନିକଟରେ ଏକ କାର ନମ୍ବର ଓଡି୨୧ଏଚ୍-୫୯୪୪କୁ ଦୃତଗତିରେ ଓଭରଟେକ କରୁଥିବା ଏକ ଟ୍ରକ ନମ୍ବର ଓଡି୦୪କୁ୍ୟ- ୪୩୨୪ ନିୟନ୍ତ୍ରଣ ହରାଇ ପଛ ପଟୁ ଶକ୍ତ ଧକ୍କା ଦେବା ଫଳରେ କାରଟି ରାସ୍ତା ମଝିରେ ଥିବା ଡିଭାଇଡର ଉପରେ ଚଢି ଯାଇଥିଲା । ସୌଭାଗ୍ୟ ବଶତଃ ଏଥିରେ କେହି ଗୁରୁତର ହୋଇନଥିବା ବେଳେ କାରଟି ଭାଙ୍ଗିରୁଜି ଯାଇଛି । ତେବେ ପ୍ରଶାସନ ଏହି ବେଆଇନ୍ ପାର୍କିଂ ହଟାଇବା ସେଙ୍ଗସେଙ୍ଗ ଦୃତ ଚାଳକ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର