ସାଲେପୁର:୧୦/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) ବିଦ୍ୟୁତ୍ ଶୁଳ୍କ ବୃଦ୍ଧି, ଘନ ଘନ ଅଘୋଷିତ ବିଦ୍ୟୁତ୍ କାଟ ଓ ବିଦ୍ୟୁତ ସେବାକୁ ଟାଟା କମ୍ପାନୀ କୁ ହସ୍ତାନ୍ତର ପ୍ରତିବାଦରେ ଆଜି ସାଲେପୁର ବିଦ୍ୟୁତ୍ କାର୍ୟ୍ୟାଳୟ ସମ୍ମୁଖରେ ଉପଭୋକ୍ତା ମିଳିତ ମଞ୍ଚ ର ସଦସ୍ୟ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇ ପଡିଥିବା ବେଳେ ସରକାର ବିଦ୍ୟୁତ୍ ଦର ବୃଦ୍ଧି କରିବା ବେଢ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। ଯାହା ଫଳରେ ସାଧାରଣ ଲୋକ ଙ୍କୁ ଏହା ଘୋର ବାଧିବା ସଙ୍ଗେ ସଙ୍ଗେ କମ୍ପାନୀର ମୁନାଫା ଅର୍ଜନ ନିମନ୍ତେ ସହାୟକ ହେଉଛି। କମ୍ପାନୀ ମାନଙ୍କୁ କୋଟି କୋଟି ଟଙ୍କା ଛାଡ କରୁଥିବା ବେଳେ ସାଧାରଣ ଉପଭୋକ୍ତା ମାନେ ଏଥିରେ ଶୋଷିତ ହେଉଛନ୍ତି।ତୁରନ୍ତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର , ବିଦ୍ୟୁତ୍ କାଟ ,ଲୋଭୋଟେଜ୍ ସମସ୍ୟା କୁ ଦୂର କରିବା , ବିଦ୍ୟୁତ୍ ବିଲ୍ ସଂଶଧନ କରିବା, ଟାଟା କମ୍ପାନୀ କୁ ହଟାଇବା ଆଦି ଦାବି କରାଯାଇଥିଲା। ଶେଷରେ ଏକ ସ୍ମାରକପତ୍ର ବିଭାଗିୟ ଏସ୍ ଡି ଓ ଙ୍କୁ ପ୍ରଦାନ କରାଯାଇଥିଲା। ମିଳିତ ମଞ୍ଚ ପକ୍ଷରୁ ଆବାହକ ରାଜକିଶୋର ମଲିକ ଙ୍କ ନେତୃତ୍ବରେ ଉଦୟ କେଶରୀ ବର୍ମା, ପିତାମ୍ବର ଲେଙ୍କା, ରବିନ୍ଦ୍ର କର, ବେଣୁଧର ପ୍ରଧାନ,କେଶବ ଷଡଙ୍ଗୀ, ବାସୁଦେବ ଓଝା, ହରିହର ମହାନ୍ତି, ବିଷ୍ଣୁ ଚରଣ ବେହେରା ପ୍ରମୁଖ ବିକ୍ଷୋଭ ରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସମାଚାର