ଜଗତସିଂହପୁର ୧୦/୦୪/୨୦୨୧(ଓଡ଼ିଶା ସମାଚାର)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଲଙ୍କାପଡା ଗ୍ରାମର ବନ୍ଧୁ ସଂଗଠନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ସଂଗଠନର ୬୦ ଜଣ ସଦସ୍ୟଙ୍କ ଉପସ୍ଥିତିରେ ସଭାପତି ମାନସ ରଞ୍ଜନ ଦାସ କାର୍ୟ୍ୟକ୍ରମର ଉଦଘାଟନ କରିବା ସହିତ ବନ୍ଧୁର ଉଦ୍ଧେଶ୍ୟ ଓ ଲକ୍ଷ ବିଷୟରେ ବକ୍ତବ୍ୟ ରଖିଥିଲେ ।ସାଧାରଣ ପରିଷଦ ବୈଠକର ସଂଯୋଜନା କରିଥିଲେ ବିଭୁସେନ ପତି । ଅତିଥି ପରିଚୟ ପ୍ରଦାନ କରିଥିଲେ ସଂଜୟ ସ୍ୱାଇଁ , ରାଧାଗୋବିନ୍ଦ ଲେଙ୍କା , ସୁଶାନ୍ତ କୁମାର ମଲ୍ଲିକ ।ବନ୍ଧୁର ତ୍ରୀସତ୍ରୀ ଆଭିମୁଖ୍ୟ ସ୍ୱରାଜ ,ସଂସ୍କାର, ସ୍ୱାବଲମ୍ବନ ବିଷୟରେ ବିସ୍ତୃତ ଆଲୋଚନା କରା ଯାଇଥିଲା ।ଶେଷରେ ସାଧାରଣ କାର୍ୟ୍ୟକାରି ପରିଷଦ ଗଠନ ହୋଇଥିଲା ଏବଂ ସଭାପତି ରୂପେ ସୁଧାଶୁଂ ରାଉତ , ଉପ ସଭାପତି ସ୍ୱାଗତିକା ମହାପାତ୍ର , ସଂପାଦକ ସୁଶାନ୍ତ କୁମାର ମଲ୍ଲିକ , ସହ ସଂପାଦକ ବିଭୁସେନ ପତି ,କୋଷାଧ୍ୟକ୍ଷ ଟୁଲୁ ମଲ୍ଲିକ ଆଦି ଦାୟୀତ୍ବ ଗ୍ରହଣ କରିଥିଲେ ।ଶେଷରେ ଦିଲ୍ଲୀପ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର