Saturday , June 3 2023
Breaking News
Home / ବିଶେଷ / ଚିକିତ୍ସା ପାଇଁ ୩ ସ୍ବାସ୍ଥ୍ୟକର୍ମୀଙ୍କୁ ଉଠାଇନେଲେ ମାଓବାଦୀ

ଚିକିତ୍ସା ପାଇଁ ୩ ସ୍ବାସ୍ଥ୍ୟକର୍ମୀଙ୍କୁ ଉଠାଇନେଲେ ମାଓବାଦୀ

ମାଲକାନଗିରି,୧୦/୦୪/୨୦୨୧(ଓଡ଼ିଶା ସମାଚାର)-ଯବାନଙ୍କୁ ଅପହରଣ କରି ମୁକ୍ତ କରିବାର ୨୪ ଘଣ୍ଟା ନପୁରୁଣୁ ବିଜାପୁର ଅଞ୍ଚଳର ୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା ଚର୍ଚ୍ଚା ହେଉଛି । ବିଜାପୁର ରେ ଯବାନ-ମାଓବାଦୀ ସଂଘର୍ଷରେ ଆହତ ମାଓବାଦୀଙ୍କ ଚିକିତ୍ସା ପାଇଁ ସେମାନେ ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରିଥିବା ସୂଚନା ମିଳୁଛି । ବିଜାପୁର ଜିଲା ଗାଙ୍ଗାଲୁର ଥାନା ଅନ୍ତର୍ଗତ କଙ୍କାନାର ଅଞ୍ଚଳରେ ଏକାଧିକ ମାଓବାଦୀ ଅସ୍ତ୍ରଶସ୍ତ୍ର ଦେଖାଇ ୩ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରିନେଇଥିବା କୁହାଯାଉଛି।ଓଡ଼ିଶା ସମାଚାର

Leave a Reply

Your email address will not be published.