Monday , March 20 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ୧୫ କରୋନା ପଜିଟିଭ

କେନ୍ଦ୍ରାପଡା ଜିଲ୍ଲାରେ ୧୫ କରୋନା ପଜିଟିଭ

କେନ୍ଦ୍ରାପଡା, ୧୦/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ୨ଦିନ ମଧ୍ୟରେ ୧୫ଜଣ କରୋନା ପଜିଟିଭ ବାହାରିଥିବା ସରକାରୀ ଭାବେ ସୂଚନା ପ୍ରଦାନ କରାଯାଇଛି । ଶୁକ୍ରବାର ୯ଟି ପଜିଟିଭ କେଶ ବାହାରିଥିବା ବେଳେ ଶନିବାର ୬ଟି ପଜିଟିଭ କେଶ ବାହାରିଛି । ୯ଟି ପଜିଟିଭ କେଶ ମଧ୍ୟରେ ରାଜକନିକା ବ୍ଲକ ଗୋଟିଏ, କେନ୍ଦ୍ରାପଡା ପୈାରାଳ ଗୋଟିଏ, ଗରଦପୁର ବ୍ଲକ ୨ଟି, ଆଳି ବ୍ଲକ ଗୋଟିଏ, ମାର୍ଶାଘାଇ ବ୍ଲକ ଗୋଟିଏ, ଡେରାବିଶି ବ୍ଲକ ୨ଟି ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ଗୋଟିଏ ଥିବା ସୂଚନା ମିଳିଛି । ସେହିପରି ଶନିବାର ୬ଜଣ ପଜିଟିଭଙ୍କ ମଧ୍ୟରୁ ମାର୍ଶାଘାଇ ବ୍ଲକର ଗୋଟିଏ, ଡେରାବିଶି ବ୍ଲକର ଗୋଟିଏ, ରାଜକନିକା ବ୍ଲକ ଗୋଟିଏ, ପଟ୍ଟାମୁଣ୍ଡାଇ ଗୋଟିଏ ଏବଂ ଆଳି ବ୍ଲକର ୨ଜଣ ଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.