ପାରାଦୀପ ୧୦/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ଆମ୍ଭେଦକର ପାର୍କ ପରିସର ରେ ଶୁକ୍ରବାର ଦିନ ଅପରାହ୍ନ ରେ ପାରାଦୀପ ର ଇଂଟରନ୍ୟାସନାଲ ଗୋସୋ-କୋ-ରିଓ କରାଟେ ଡୁ ଆସୋସେସନ୍ ପକ୍ଷ ରୁ କରାଟେକା ମାନଙ୍କୁ ବେଲ୍ଟ ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ବେଥାନୀ କନଭେଂଟ ସ୍କୁଲ ର ଉପାଧ୍ୟକ୍ଷା ସିଷ୍ଟର ଆଇରିନ୍, ସିଷ୍ଟର ମାକଡିଲ୍,ପାରାଦୀପ ଲେଡିଜ୍ କ୍ଲବ୍ ର ବରିଷ୍ଟ ସଦସ୍ୟା ପ୍ରିତୀ ଆରତୀ ପରିଜା, ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, କ୍ରିଡା ପ୍ରଶିକ୍ଷକ ନକୁଳ ବେହେରା ଅତିଥି ଯୋଗ ଦେଇଥିଲେ । ପାରାଦୀପ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ବେଲ୍ଟ ଓ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଇଂଟରନ୍ୟାସନାଲ ଗୋସୋ-କୋ-ରିଓ କରାଟେ ଡୁ ଆସୋସେସନ୍ ର ପରିଚାଳନା ସଂପାଦକ ଆଡଭୋକେଟ୍ ସଂଜୟ କୁମାର ମିଶ୍ର ପରିଚାଳନା କରିଥିଲେ । ଇଂଟରନ୍ୟାସନାଲ ଗୋସୋ-କୋ-ରିଓ କରାଟେ ଡୁ ଆସୋସେସନ୍ ରାଜ୍ୟ ସାଧାରଣ ସଂପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ସଂଜୟ ଶାହା କରାଟେକା ମାନଙ୍କୁ ବେଲ୍ଟ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର