ମନ୍ତ୍ରୀ ଓ ବିଧାୟକ ଙ୍କ ଗିରଫ ଦାବି କଲା ବିଜେପି ଯୁବ ମୋର୍ଚ୍ଚା
ସାଲେପୁର,୦୯/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ସରକାରୀ ଉଚ୍ଚବିଦ୍ୟାଳୟ ର ନବୀକରଣ ଓ ଅଡ଼ିଟୋରିୟମ ର ଉଦଘାଟନ ଉତ୍ସବରେ ଉଦଘାଟକ ଭାବେ ମନ୍ତ୍ରୀ ପ୍ରତାପ ଜେନା,ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଥିଲେ ।ସେହିପରି ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ର ଶୈକ୍ଷିକ ଭବନ,ଛାତ୍ରାବାସ ଶ୍ରେଣୀ ପ୍ରକୋଷ୍ଠ ର ସମ୍ପ୍ରସାରଣ ଓ ନବୀକରଣ ର ଶିଳାନ୍ୟାଶ ଉତ୍ସବ ରେ ମନ୍ତ୍ରୀ ପ୍ରତାପ ଜେନା,ମନ୍ତ୍ରୀ ଅରୁଣ ସାହୁ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କୋଭିଡ କଟକଣା ସମୟରେ ଯୋଗଦେବା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଥିଲା ।କୋଭିଡ଼ ସମୟ ରେ ଏହି ଦୁଇ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରେ କିପରି ଯୋଗଦେଲେ ଦୁଇ ମନ୍ତ୍ରୀ ଓ ବିଧାୟକ । କରୋନା ର ପ୍ରକୋପ ବୃଦ୍ଧି ପାଇବାକୁ ଲାଗିଥିଲା ବେଳେ ନେତାମାନଙ୍କ ର ସଭାସମିତି ରୁ ମୋହଛାଡୁ ନଥିବା ଦେଖିବାକୁ ମିଳିଥିଲା ।ଏଠାରେ ଉଲ୍ଳେଖ ନୀୟ ଯେ ଶହ ଶହ ସଂଖ୍ୟା ରେ ଛାତ୍ର ଛାତ୍ରୀ ଙ୍କୁ ଏକାଠି କରି ସଭାକରିବାକୁ ଅନୁମତି କିଏ ଦେଲେ ଅଞ୍ଚଳ ରେ ଚର୍ଚ୍ଚା ହେଉଥିବା ବେଳେ ଆଜି ସାଲେପୁର ବିଜେପି ପକ୍ଷରୁ ସାଲେପୁର ଥାନାରେ ଏହା ବିରୁଦ୍ଧରେ ଏତଲା ଦିଆଯାଇଥିବା ଦେଖିବାକୁ ମିଳିଛି।ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ କୋଭିଡ ନିୟମ କିପରି ୨ଜଣମନ୍ତ୍ରୀ,ବିଧାୟକ ଉଲଘଂନ କଲେ ତାହା ବିଜେପିଯୁବ ମୋର୍ଚ୍ଚା ପକ୍ଷରୁ ଦର୍ଶାଯାଇ ମନ୍ତ୍ରୀ ଓ ବିଧାୟକ ଙ୍କ ଗିରଫ ପାଇଁ ଦାବି କରାଯାଇଛି ।ଓଡ଼ିଶା ସମାଚାର
Home / ରାଜନୀତି / ସାଲେପୁର କଲେଜ ଓ ହାଇସ୍କୁଲ ରେ କୋଭିଡ ସମୟରେ ଉଦଘାଟନ ଓ ଶିଳାନ୍ୟାସ କୁ ନେଇ ସାଲେପୁର ବିଜେପି ପକ୍ଷରୁ ଥାନା ରେ ଏତଲା