Thursday , March 23 2023
Home / ବିଶେଷ / ସରକାର ବାହାରେ ଜଗିଛନ୍ତି , ମା ମାନେ ଘରେ ଜଗନ୍ତୁ – ମୁଖ୍ୟମନ୍ତ୍ରୀ

ସରକାର ବାହାରେ ଜଗିଛନ୍ତି , ମା ମାନେ ଘରେ ଜଗନ୍ତୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୯/୦୪/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନାର ଦୃତ ସଂଙ୍କ୍ରମଣକୁ ଆଖି ଆଗରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ମାସ୍କ ପିନ୍ଧିବା ଓ ବିନା ଲକ୍ଡାଉନ୍ରେ ଆମେ କରୋନା ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ସେମାନଙ୍କଠାରୁ ଦୁଇଗୁଣା ଜୋରିମାନା ଆଦାୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଏବେ କୋଭିଡ୍ର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହେଲାଣି। ଏହା ବହୁତ ଶୀଘ୍ର ବ୍ୟାପୁଛି। ଆମ ଦେଶର ଅନେକ ରାଜ୍ୟରେ ଲକ୍ଡାଉନ୍ ସଟ୍ଡାଉନ୍ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଗଲାଣି। କିନ୍ତୁ ଆମେ ଯଦି କୋଭିଡ୍ ନିୟମ ମାନିବା ମାସ୍କ ଠିକ୍ ଭାବରେ ପିନ୍ଧିବା ତେବେ ବିନା ଲକ୍ଡାଉନ୍ ରେ କରୋନା ସଂକ୍ରମଣକୁ ରୋକିପାରିବା। ଏଥିପାଇଁ ଆସନ୍ତା ୧୪ ଦିନ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଆଜିଠାରୁ ୧୪ ଦିନ ପର୍ୟ୍ୟନ୍ତ ଆମେ ସମସ୍ତେ ମିଶି ମାସ୍କ ଅଭିଯାନ ଆରମ୍ଭ କରିବା। ୧୪ ଦିନ ଯଦି ଆମେ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ତେବେ ତାହା ସବୁଦିନ ପାଇଁ ଏକ ଅଭ୍ୟାସରେ ପରିଣତ ହୋଇଯିବ। ଆମେ ସମସ୍ତେ ସଂକଳ୍ପ ନେଇ ଆଜିଠାରୁ ଠିକ୍ ଭାବରେ ମାସ୍କ ପିନ୍ଧିବା। କିନ୍ତୁ ବେକରେ ଝୁଲାଇକରି ନୁହେଁ। ପୁରା ନାକ ଓ ମୁହଁକୁ ଢ଼ାଙ୍କିକରି ପିନ୍ଧିବା। ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ। ତେବେ ଯାଇ ଆମେ କରୋନାକୁ ଜିତିପାରିବା। ଏଥିପାଇଁ ମା’ମାନଙ୍କୁ ମୋର ବିଶେଷ ଅନୁରୋଧ ଆପଣଙ୍କ ପରିବାରର ଲୋକମାନେ ବିଶେଷ କରି ପିଲାମାନେ ଯେତେବେଳେ ବି ବାହାରକୁ ଯାଉଛନ୍ତି, ସେତେବେଳେ ସେମାନେ ଯେପରି ଠିକ୍ ଭାବରେ ମାସ୍କ ପିନ୍ଧବେ ସେଥିପାଇଁ ଆପଣ ଧ୍ୟାନ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ ସରକାର ବାହାରେ ଜଗିଛନ୍ତି । ମା ମାନେ ଘରେ ଜଗନ୍ତୁ । ମା ମାନେ ଘରେ ଜଗିଲେ ଘରକୁ କରୋନା ପ୍ରବେଶ କରିପାରିବନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published.