Monday , March 20 2023
Breaking News
Home / ବିଶେଷ / ଶତାୟୁ କଳାକାର ଭ୍ରମରବରଙ୍କ ବିୟୋଗରେ ଶୋକ

ଶତାୟୁ କଳାକାର ଭ୍ରମରବରଙ୍କ ବିୟୋଗରେ ଶୋକ

ରଘୁନାଥପୁର, ୦୯/୦୪/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଶତାୟୁ କଳାକାର ଭ୍ରମରବର ସୁତାରଙ୍କର ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ଭ୍ରମରବର ପିଲାଦିନୁ ସଂକୀର୍ତନ ମଣ୍ଡଳି ଗଢି କେବଳ ଜଗତସିଂହପୁର ଜିଲ୍ଲା ନୁହେଁ ଓଡିଶାର ବିଭିନ୍ନ ଅଂଚଳରେ ହରିନାମ ପ୍ରଚାର ପ୍ରଶାର କରିଥିଲେ । ସେ ଜଣେ ଶ୍ରେଷ୍ଠ ମୃଦଙ୍ଗ ବାଦକ ଥିଲେ । ସେ ସରଳ, ଧର୍ମପରାୟଣ, ପରୋପକାରୀ, ସତ୍ୟନିଷ୍ଠ ବ୍ୟକ୍ତି ଥିଲେ । ତାଙ୍କର ମର ଶରୀରକୁ ଗ୍ରାମ ଶ୍ମସାନରେ ସତ୍କାର କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ପ୍ରଭାକର ସୁତାର ମୁଖାଗ୍ନୀ ଦେଇଥିବା ବେଳେ ଅନ୍ୟ ଦୁଇ ପୁତ୍ର ଦିବାକର, ସୁନାକର ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କର ମୃତୁ୍ୟ ଖବର ପାଇ ଏ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.