Sunday , April 2 2023
Breaking News
Home / ସ୍ୱାସ୍ଥ୍ୟ / ରଘୁୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୮୯୬ଜଣ କରୋନା ଟିକା ନେଲେ 

ରଘୁୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୮୯୬ଜଣ କରୋନା ଟିକା ନେଲେ 

ରଘୁନାଥପୁର, ୦୯/୦୪/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ୪ଗୋଟି କରୋନା ଟିକାଦାନ କେନ୍ଦ୍ରରେ ଆଜି ୮୯୬ ଜଣଙ୍କୁ ଟିକା ପ୍ରଦାନ କରାଯାଇଅଛି । ସେଗୁଡିକ ମଧ୍ୟରେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୧୧ଜଣ, ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୩୨ଜଣ, ଜଇପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୭୭ଜଣ, ଉତରକୂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୭୬ଜଣଙ୍କୁ କରୋନା ଟିକା ପ୍ରଦାନ କରାଯାଇଅଛି । ରଘୁନାଥପୁର ଟିକାଦାନ କେନ୍ଦ୍ରରେ ରଘୁନାଥପୁର ତହସିଲଦାର ରୁପାଲିକା ଦାଶ ପହଂଚିି ଟିକାଦାନ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ । କରୋନା ଟିକା ଶେଷ ହୋଇଯିବାରୁ ଆସନ୍ତା କାଲି ଟିକାଦାନ ବନ୍ଦ ରହିବ । ଟିକା ଆସିଲା ପରେ ପୁନର୍ବାର ଟିକାଦାନ କରାଯିବ ବୋଲି ମେଡିକାଲ ସୁପରିଟେଣ୍ଡେଂଟ ଡଃ ସୁକାନ୍ତ କୁମାର ଦଳାଇ ପ୍ରକାଶ କରିଥିଲେ । ଏହି ଟିକାଦାନ କାର୍ଯ୍ୟକ୍ରମକୁ ଡଃ ପ୍ରଭାସ କୁମାର ସ୍ୱାଇଁ ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.