ପାଟକୁରା,୦୯/୦୪/୨୦୨୧(ଓଡ଼ିଶା ସମାଚାର)- ଦଶମୌଜିସ୍ଥିତ ଆଶ୍ରମ ବାଲିକୁଦା ଗ୍ରାମର ନାମଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ଦ୍ୱାରା ପରିଚାଳିତ ଶ୍ରୀ ଶ୍ରୀ ଲକ୍ଷତମୀନାରାୟଣ ଆଶ୍ରମରେ ୩୪ତମ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଆଶ୍ରମର ଶ୍ରଦ୍ଧାଳୁ ଓ ସ୍ଥାନୀୟ ଅଂଚଳର ଭକ୍ତମାନଙ୍କଦ୍ୱାରା ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଅକ୍ଷୟ ତୃତୀୟା ଦିନ ଶ୍ରୀ ନାମ ଙ୍କ ଶୁଭାଧିବାସ କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ । ବିଭିନ୍ନ ଦିବସରେ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଶ୍ରୀରାମଚରିତ ମାନସ ପାରାୟଣ, ୨୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀମଦ ଭାଗବତ ପାରାୟଣ , ୨୨ ତାରିଖ ଠାରୁ ୨୬ ତାରିଖ ପୂର୍ଣ୍ଣାହୂତୀ ପର୍ଯ୍ୟନ୍ତ ପଂଚଦିନାତ୍ମକ ଘୃତାହୂତୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମଇଁ ମାସ ୨୬ ତାରିଖ ଚନ୍ଦନ ପୂର୍ଣ୍ଣିମା ଯଜ୍ଞର ପୂର୍ଣ୍ଣାହୂତି ଓ ହରିହାଟ କରାଯିବାର କାର୍ଯ୍ୟକ୍ରମ ରହିଛି । କୋଭିଡ଼ କଟକଣାକୁ ମାନି ଯଜ୍ଞରେ ସ୍ୱଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ମାନଙ୍କ ଗହଣରେ ଅନୁଷ୍ଠିତ ହୋଇଆସୁଥିବା ଯଜ୍ଞ ଉତ୍ସବ ସମାପନ କରାଯିବାକୁ ଆୟୋଜକମାନେ ମତ ପ୍ରକାଶ କରିଥିଲେ । ଆଶ୍ରମର ମହନ୍ତ ବାବାଜୀ ପରମାନନ୍ଦ ଦାସ ଙ୍କ ଅଧ୍ରକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବାବାଜୀ କଳ୍ପତରୁ ଦାସ, ବାବାଜୀ ଲକ୍ଷ୍ମୀଧର ଦାସ, ଉତମ ଚରଣ ଦାସ, ପ୍ରଫୁଲ କୁମାର ବେହେରା,ରାଜକିଶୋର ରାଉତରାୟ,ପ୍ରଶାନ୍ତ କୁମାର ନାୟକ, ଅଂଜନ କୁମାର ସଢ଼ଙ୍ଗି, ରବିନ୍ଦ୍ର କୁମାର ଲେଙ୍କା ଓ ନାରାୟଣ ପ୍ରସାଦ ଲେଙ୍କା ପ୍ରମୁଖ ବହୁ ଶ୍ରଦ୍ଧାଳୁ ଓ ଆଶ୍ରମର ସନ୍ୟାସୀମାନେ ଉପସ୍ଥିତ ରହି ପ୍ରସ୍ତୁତି ବୈଠକ ଆଲୋଚନାରେ ଭାଗ ନେଇଥିଲେ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାକୁମାନେ ମାସ୍କ ପରିଧାନ କରିବା ବାଧ୍ୟତା ମୂଳକ କରାଯିବ ଓ ସମ ଦୂରତା ବଜାୟ ରଖିବା ଓ ଆଶ୍ରମର ବିଭିନ୍ନ ସ୍ଥାନରେ ହାତ ଧୋଇବା ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତି ହୋଇଛି । ଓଡ଼ିଶା ସମାଚାର
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …